Saturday, September 12, 2026
23.8 C
Odisha

    ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କ ନୀଳାଚର କୁଟରୀ ଶୁଭ ପଦାର୍ପଣ ଶତବାର୍ଷିକୀ ପାଳିତ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତ ବାର୍ଷିକୀ ପାଳିତ ହୋଇଯାଇଛି। ୧୯୨୪ ମସିହା ପବିତ୍ର ବଷିୁବ ସଂକ୍ରାନ୍ତି (ଏପ୍ରିଲ ୧୪)ରେ ପ୍ରଥମେ ଠାକୁର ନିଗମାନନ୍ଦ ନୀଳାଚଳ କୁଟୀରରେ ପ୍ରବେଶ କରିଥିଲେ। ଏହି ସ୍ମରଣୀୟ ଉତ୍ସବର ଶତକ ଜୟନ୍ତୀ ଏପ୍ରିଲ ୧୪ ତାରିଖ ଦିନ ତଦୀୟ ସ୍ମୃତି ବିଜଡ଼ିତ ବଗଲା ଧର୍ମଶାଳାରେ ପାଳନ କରାଯାଇଛି। ଗତକାଲି (ଶନିବାର) ଅଧୀବାସ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଉପେକ୍ଷେ ଭକ୍ତମାନେ ଶ୍ରୀଶ୍ରୀ ଠାକୁର ମହାରାଜଙ୍କୁ ଏକ ସୁସଜ୍ଜତି ରଥରେ ବିଜେ କରାଇ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ ସହିତ ନୀଳାଚଳ କୁଟୀରରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ଓ ଅଧୀବାସ ପୂଜା ଅନୁଷ୍ଠିତ ହୋଇଥିଲା। ଅଧୀବାସ ସଭାରେ ସଙ୍ଘର ସଭ୍ୟ ଅତନୁ ସବ୍ୟସାଚୀ ନାୟକ ଓ ଆସାମ ବଙ୍ଗୀୟ ସାରସ୍ୱତ ମଠର ଟ୍ରଷ୍ଟି ମହେଶ୍ବର ସ୍ବାଇଁ ଶ୍ରୀଶ୍ରୀ ଠାକୁରଙ୍କ ପୁରୀ ଆଗମନର ମଧୁର ସ୍ମୃତି ସ୍ମରଣ କରାଇ ଭକ୍ତମାନଙ୍କୁ ଭାବ ବିହ୍ବଳ କରିଦେଇଥିଲେ।
    ଦ୍ୱତୀୟ ଦବିସ ଆଜି (ରବିବାର) ପବିତ୍ର ବିଷୁବ ସଂକ୍ରାନ୍ତି ଦିନ ପ୍ରାତଃ ପ୍ରାର୍ଥନା ସଭାରେ ମଙ୍ଗଳ ଆରତୀ ଓ ବୈଦିକ ପ୍ରାର୍ଥନା କାର୍ଯ୍ୟକ୍ରମ ପରେ ପୂର୍ବାହ୍‌ଣ ୯ଟାରେ ସ୍ମାରକ ସଭା ଅନୁଷ୍ଠିତ ହୋଇଥିଲା। ସନାତନ ଧର୍ମର ଏହି ମହାନ ଧର୍ମ ସଭାରେ ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ଆଦର୍ଶ ଦର୍ଶନ ଓ ଆର୍ଯ୍ୟଧର୍ମ ଧାରା ଉପରେ ଆଲୋଚନା କରାଯାଇଥିଲା। ଏହି ସଭାରେ ଦିବ୍ୟ ଜୀବନ ସଂଘର ଶ୍ରୀମଦ ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ସଭାପତିତ୍ବ କରିଥିଲେ। ସଙ୍ଘର ସଭାପତି ସନ୍ତୋଷ କୁମାର ମହାନ୍ତି ଉଦ୍‌ବୋଧନୀ ଅଭିଭାଷଣ ଦେବା ସହିତ ସଂଘର ପରିଚାଳକ ଶରତ ଚନ୍ଦ୍ର ସିଂଦେଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

    ଏହି ସଭାରେ ଆସାମ ବଙ୍ଗୀୟ ସାରସ୍ୱତ ମଠର ପ୍ରତିନିଧି ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ ମହାରାଜ, ଭାଗବତ ଆଶ୍ରମ, ପୁରୀର ଅଧ୍ୟକ୍ଷ ବ୍ରଜ ଦାସ ମହାରାଜ, ରାଜ୍ୟସଭା ସାଂସଦ ଶୁଭାଷିଶ ଖୁଣ୍ଟିଆ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପ୍ରଫୁଲ୍ଲ କୁମାର ମିଶ୍ର, ଉପସଭାପତି, ସବ୍ ଭାରତୀୟ ବୈଦିକ ସଂଗଠନ, ରାମଚନ୍ଦ୍ର ମିଶ୍ର, ସୁଭଦ୍ରା ବାଡ଼ଗ୍ରାହୀ, ପଣ୍ଡିତ ସୂର୍ଯ୍ୟ ନାରାୟଣ ଶର୍ମା, ପ୍ରଭୃତି ବଶିଷ୍ଟି ସାଧୁ, ସନ୍ଥ ଓ ଆଧ୍ୟାତ୍ମିକ ପ୍ରବକ୍ତାମାନେ ନିଜର ଅଭିଭାଷଣ ପ୍ରଦାନ୍ କରିଥିଲେ। ଏହି ସ୍ମରଣୀୟ ସ୍ମାରକ ଶତ ବାର୍ଷିକୀ ମହୋତ୍ସବକୁ ସାଇତି ରଖିବା ପାଇଁ ସଂଘ ତରଫରୁ ଏକ ସ୍ମରଣିକା ‘ଶତାଦ୍ଦୀ ସୌରଭ’ ପ୍ରକାଶିତ ହୋଇଛି। ଏହି ସ୍ମରଣିକାରେ ଶ୍ରୀଶ୍ରୀ ଠାକୁରଙ୍କର ନୀଳାଚଳ ରହଣିର ବିଶେଷ ଘଟଣା ପ୍ରକାଶିତ ହୋଇଛି। ଶେଷରେ ନୀଳାଚଳ ସାରସ୍ବତ ସଂଘର ସଂପାଦକ ନରେଶ ଚନ୍ଦ୍ର ପତି କୃତଜ୍ଞତା ଜ୍ଞାପନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    2.9kmh
    99 %
    Sat
    25 °
    Sun
    30 °
    Mon
    31 °
    Tue
    30 °
    Wed
    31 °

    ସମ୍ବନ୍ଧିତ