Tuesday, November 26, 2024
17.6 C
Odisha

    ଲୋହିତ ସାଗରରେ ବୁଡ଼ିଗଲା ପର୍ଯ୍ୟଟନ ଡଙ୍ଗା, ୧୬ ଯାତ୍ରୀ ନିଖୋଜ, ୨୮ ଉଦ୍ଧାର

    ଆଗକୁ ପଢନ୍ତୁ

    ଲୋହିତ ସାଗରରେ ବୁଡ଼ିଗଲା ଏକ ଯାତ୍ରୀବାହୀ ପର୍ଯ୍ୟଟନ ଡଙ୍ଗା । ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣ ଯାତ୍ରୀ ନିଖୋଜ ଥିବା ଇଜିପ୍ଟର ଅଧିକାରୀମାନେ ସୂଚନା ଦେଇଛନ୍ତି । ଗଭର୍ଣ୍ଣର ଅମ୍ର ହନାଫି କହିଛନ୍ତି ଯେ ଉଦ୍ଧାର କର୍ମଚାରୀମାନେ ଉପକୂଳବର୍ତ୍ତୀ ସହର ମାର୍ସା ଆଲାମର ଦକ୍ଷିଣରେ ଡଙ୍ଗାରୁ ୨୮ ଜଣଙ୍କୁ ଉଦ୍ଧାର କରିଛନ୍ତି । କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ନିଆଯାଇଛି ।

    ଲୋହିତ ସାଗର ଗଭର୍ଣ୍ଣରେଟ୍ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଗଭର୍ଣ୍ଣର ଅମ୍ର ହନାଫି ଡଙ୍ଗା ବୁଡ଼ିଥିବା ସ୍ଥାନ ପରିଦର୍ଶନ କରିଛନ୍ତି ।

    ହନାଫି କହିଛନ୍ତି ଯେ ଡଙ୍ଗାରେ ମୋଟ ୪୪ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ କ୍ରୁ ସଦସ୍ୟଙ୍କ ସମେତ ଇଜିପ୍ଟର ୧୩ ଜଣ ନାଗରିକ ଥିଲେ । ଏହା ସହିତ ଆମେରିକା, ଜର୍ମାନୀ, ବ୍ରିଟେନ, ପୋଲାଣ୍ଡ, ବେଲଜିୟମ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ଚୀନ୍, ସ୍ଲୋଭାକିଆ, ସ୍ପେନ୍ ଏବଂ ଆୟର୍ଲାଣ୍ଡର ୩୧ ଜଣ ବିଦେଶୀ ନାଗରିକ ମଧ୍ୟ ଡଙ୍ଗାରେ ଯାତ୍ରା କରୁଥିଲେ ।

    ଅଧିକାରୀଙ୍କ ଅନୁସାରେ, ‘ସି ଷ୍ଟୋରୀ’ ନାମକ ଡଙ୍ଗାରେ କୌଣସି ବୈଷୟିକ ତ୍ରୁଟି ନ ଥିଲା ଏବଂ ଯାତ୍ରା ପୂର୍ବରୁ ଏହା ସମସ୍ତ ଆବଶ୍ୟକୀୟ ଅନୁମତି ପାଇଥିଲା । ଚାଳକ ଦଳ ଏବଂ ପର୍ଯ୍ୟଟକଙ୍କ ବୟାନ ଆଧାରିତ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏକ ବଡ଼ ତରଙ୍ଗ ଡଙ୍ଗାକୁ ଧକ୍କା ଦେବା ଫଳରେ ଡଙ୍ଗାଟି ଓଲଟି ପଡ଼ିଥିଲା । ଏହା ମାର୍ସା ଆଲାମରୁ ପାଞ୍ଚ ଦିନିଆ ଯାତ୍ରାରେ ବାହାରିଥିଲା ।

    ବର୍ତ୍ତମାନ ସୁଦ୍ଧା ଡଙ୍ଗା କାହିଁକି ବୁଡ଼ିଲା, ତାହା ସ୍ପଷ୍ଟ ହୋଇନାହିଁ । ଏହାର ନିର୍ମାତାଙ୍କ ୱେବସାଇଟରୁ ଜଣାପଡ଼ିଛି ଯେ ୨୦୨୨ରେ ନିର୍ମିତ ଏହି ଡଙ୍ଗାରେ ୩୬ ଜଣ ଯାତ୍ରୀ ବସିବାର କ୍ଷମତା ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.6 ° C
    17.6 °
    17.6 °
    56 %
    1.2kmh
    61 %
    Tue
    17 °
    Wed
    26 °
    Thu
    25 °
    Fri
    24 °
    Sat
    23 °

    ସମ୍ବନ୍ଧିତ