Saturday, September 26, 2026
24.4 C
Odisha

    ୨ କଲରାପତରିଆ ବାଘଛାଲ ଜବତ; ଶିକାରୀ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟାସ୍କ‌ଫୋର୍ସ (ଏସ୍‌ଟିଏଫ୍‌) ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଏହି ବେଆଇନ କାରବାରରେ ସଂପୃକ୍ତ ଜଣେ ଶିକାରୀକୁ ଗିରଫ କରିଛି। ସେ ହେଲା, ଦେବଗଡ଼ ଜିଲା ଲାଇମୁରା ଥାନା ପାହାଡ଼ମରା ଗାଁର ସଂକୀର୍ତ୍ତନ ମୁଣ୍ଡ।
    ସୂଚନାଯୋଗ୍ୟ, ସଂକୀର୍ତ୍ତନ ଏହି ବାଘଛାଲ ଦୁଇଟିକୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ନେଇ ଏସ୍‌ଟିଏଫ୍‌ ଏକ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହାକୁ ଆଧାର କରି ଏସ୍‌‌ଟିଏଫ୍‌ର ଏକ ଟିମ୍‌‌ ସେଠାରେ ଡେରା ପକାଇଥିଲା। ତେବେ ଡିଲ୍‌‌ ସମୟରେ ସ୍ଥାନୀୟ ବାମରା ଜଙ୍ଗଲ ଉପଖଣ୍ଡ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତ ସଂକୀର୍ତ୍ତନକୁ କାବୁ କରାଯାଇଥିଲା। ପରେ ଏସ୍‌‌ଟିଏଫ ତାକୁ ହେପାଜତକୁ ନେଇ ଜେରା କରିଥିଲା। ତା’ ବୟାନକୁ ଆଧାର କରି ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଏସ୍‌‌ଟିଏଫ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ସଂକୀର୍ତ୍ତନ ଜଣେ ପେସାଦାର ଶିକାରୀ। ସେ ଜଙ୍ଗଲରେ ଫାଶ ବସାଇ ଜନ୍ତୁ ଶିକାର କରିଥାଏ। ପରେ ତା’ର ଚମଡ଼ା, ଦାନ୍ତ ଏବଂ ନଖକୁ ରାଜ୍ୟ ବାହାରକୁ ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    94 %
    2.9kmh
    100 %
    Fri
    24 °
    Sat
    30 °
    Sun
    29 °
    Mon
    29 °
    Tue
    30 °

    ସମ୍ବନ୍ଧିତ