Monday, October 5, 2026
23.3 C
Odisha

    ସଲମାନ ଖାଁ ଗୁଳିକାଣ୍ଡ ମାମଲା : ଦୁଇ ବନ୍ଧୁକ ଯୋଗାଣକାରୀ ଗିରଫ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଅଭିନେତା ସଲମାନ ଖାଁଙ୍କ ଘର ନିକଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଏକ ବଡ଼ ଖବର ଆସିଛି । ସୂଚନା ଅନୁସାରେ ପଞ୍ଜାବରୁ ବନ୍ଧୁକ ଯୋଗାଉଥିବା ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦୁଇ ଅଭିଯୁକ୍ତ ମାର୍ଚ୍ଚ ୧୫ ରେ ମୁମ୍ବାଇର ପାନଭେଲରେ ପହଞ୍ଚିଥିଲେ ଏବଂ ଦୁଇଟି ବନ୍ଧୁକ ଯୋଗାଇ ଫେରିଥିଲେ।ମୁମ୍ବାଇ କ୍ରାଇମବ୍ରାଞ୍ଚ ର ସୂଚନା ଅନୁଯାୟୀ, ଧରାପଡ଼ିଥିବା ଏହି ଦୁଇ ଅଭିଯୁକ୍ତ ଗୁଳିଚଳାଇଥିବା ଦୁଇ ସୁଟରଙ୍କୁ ସାହାଯ୍ୟ କରିଥିଲେ। ପ୍ରଥମ ଅଭିଯୁକ୍ତଙ୍କ ନାମ ସୋନୁ ସୁଭାଷ ଚନ୍ଦର, ଯାହାଙ୍କ ବୟସ ୩୭ ବର୍ଷ। ସୋନୁଙ୍କର ଏକ ଚାଷ ଏବଂ ଭଡ଼ା ଦୋକାନ ମଧ୍ୟ ଅଛି । ଅନ୍ୟ ଅଭିଯୁକ୍ତ ଜଣକ ହେଲେ ଅନୁଜ ଥାପନ (୩୨)। ସେ ଟ୍ରକ୍ ହେଲପର ଭାବେ କାମ କରୁଥିଲେ ଏବଂ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହ ଯୋଗାଯୋଗରେ ଥିଲେ। ଅନୁଜଙ୍କ ନାଁରେ ଦାଦାବଟି ଓ ଅସ୍ତ୍ରଶସ୍ତ୍ର ଆଇନ ରେ ମାମଲା ରହିଛି।

    ସେପଟେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦୁଇ ସୁଟର ଆଜି କୋର୍ଟରେ ହାଜର ହୋଇଥିଲେ । ପୁଲିସ ଉଭୟଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା, ଯାହାକୁ ମଞ୍ଜୁର କରାଯାଇଛି। ଆଜି ଗୁଳିକାଣ୍ଡ ମାମଲାରେ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ କହିଛି ଯେ ଅଭିଯୁକ୍ତମାନେ ପରିଚୟ ନ ପାଇବା ପାଇଁ ତିନି ଥର ପୋଷାକ ବଦଳାଇଥିଲେ। ଉଭୟଙ୍କ ପାଖରେ ମୋଟ ୪୦ଟି ଗୁଳି ଥିବା ବେଳେ ସେଥିରୁ ୫ଟି ଗୁଳି ଚାଳନା କରାଯାଇଥିଲା। ପୁଲିସ ୧୭ଟି ଗୁଳି ଜବତ କରିଥିବା ବେଳେ ବାକି ଗୁଳିର ଖୋଳତାଡ଼ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ