Saturday, October 10, 2026
29.2 C
Odisha

    ମାଲକାନଗିରି ଠାରୁ ଅଯୋଧ୍ୟାକୁ ୨ ଯୁବକଙ୍କ ପଦଯାତ୍ରା, ଯୋଗଦେବେ ପ୍ରତିଷ୍ଠା ଉତ୍ସବରେ

    ଆଗକୁ ପଢନ୍ତୁ

    ଆଉ ମାତ୍ର କେଇ ଦିନର ଅପେକ୍ଷା । ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲଲାଙ୍କ ଐତିହାସିକ ମନ୍ଦିର। ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ। ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଧ୍ୟାମରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର।

    ଏହି ଅବସରରେ ମାଲକାନଗିରି ଜିଲ୍ଲାରୁ ୨ଜଣ ଯୁବକ ମାଲକାନଗିରିରୁ ଅଯୋଧ୍ୟାକୁ ପଦଯାତ୍ରା ଆରମ୍ଭ କରିଛନ୍ତି। ୧ମାସ ଧରି ଉଭୟଙ୍କର ଯାତ୍ରା ରହିବ। ଦୀର୍ଘ ୧୨ଶହରୁ ଉର୍ଦ୍ଧ୍ବ କିଲୋମିଟର ରାସ୍ତା  ପାଦରେ ଚାଲି ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପହଞ୍ଚିବେ। ଦୁହିଁଙ୍କ ଯାତ୍ରା ଦେଖି ପ୍ରତ୍ୟେକ ସନାତନୀଙ୍କ ଛାତି ଗର୍ବରେ ଫୁଲି ଉଠୁଛି। ୨ରାମ ଭକ୍ତ ଭାଇ ପ୍ରତ୍ୟେକ ଦିନ ୪୦ରୁ ଉର୍ଦ୍ଧ୍ବ କିଲୋମିଟର ଯାତ୍ରା କରିବେ ।

    ମାଲକାନଗିରି ଜିଲ୍ଲାରେ ହୋଇଥିଲେ ମଧ୍ୟ ଏଠାରେ ପଡ଼ିଥିଲା ପ୍ରଭୁ ଶ୍ରୀରାମଙ୍କର ପାଦ। କାରଣ ମାଲକାନଗିରି ଜିଲ୍ଲା ଖଇରପୁଟର ବଣ୍ଡାଘାଟୀରେ ରହିଛି ସୀତା କୁଣ୍ଡ, ରାମାୟଣ କଥା ଅନୁସାରେ ଏଠାରେ ଦେବୀ ସୀତା ସ୍ନାନ କରିଥିଲେ। ସେହିପରି ଏଠାରେ ବାଲିପାହାଡ଼ ମଧ୍ୟ ରହିଛି। ପୁରାତନ କଥାନୁସାରେ ଜିଲ୍ଲା ସଦର ବ୍ଲକ ଠାରେ ରହିଛି ତାମସା ନଦୀ, ଯେଉଁଠି ପ୍ରଭୁ ରାମ ଏବଂ ସୀତା ମାତାଙ୍କ ଗସ୍ତ ରହିଥିଲା।

    ଏଭଳି ଅନେକ ସ୍ଥାନ ରହିଛି ଯାହାକି ରାମାୟଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ସେହିଭଳି ପବିତ୍ର ସ୍ଥାନ ତାମସା ନଦୀରୁ ଏହି ୨ ଯୁବକ ଜଳ ସଂଗ୍ରହ କରି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ହାତରେ ଧରିଛନ୍ତି ପ୍ରଭୁ ରାମଙ୍କର ଧୋଜ୍ ଜୟ ଶ୍ରୀରାମ ନାରା ଦେଇ ଉଭୟ ଏହି ଯାତ୍ରାରେ ବାହାରି ପଡ଼ିଛନ୍ତି। ଆସନ୍ତା ୧ମାସ ପଦଯାତ୍ରା ପରେ  ୨ରାମ ଭକ୍ତ ସନାତନୀ ଯୁବକ ନିଜର ଗନ୍ତବ୍ୟ ସ୍ଥଳକୁ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ