Sunday, April 28, 2024
28.5 C
Odisha

    ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ । ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଲେ ଜଣେ ଶ୍ରମିକ । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏପରି ଅଘଟଣ ଘଟିଛି । ମୃତ ଶ୍ରମିକ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର । ଚେଭ୍ରୋକ୍ସ୍ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା କମ୍ପାନୀ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିଲା । ୧୨ ରୁ ୧୫ ଫୁଟ ଗଭୀରତା ପର୍ଯ୍ୟନ୍ତ ମାଟି ଖୋଳାଯାଇ ଡି ଆଇ ପାଇପ୍ ପକାଯାଉଥିଲା । ଅପରାହ୍ନରେ ୫ ଜଣ ଶ୍ରମିକ ସେଠାରେ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିଲାବେଳେ, ୩ ଜଣ ଶ୍ରମିକ ଖାଲ ଭିତରକୁ ପଶି ମାଟି ସାଇଜ କରିବା ସମୟରେ ହଠାତ ଉପର ପଟୁ ହଠାତ୍ ମାଟି ଅତଡ଼ା ଧସି ଯାଇଥିଲା । ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ସେଠାରୁ ବାହାରକୁ ଧାଇଁ ନିଜର ଜୀବନ ବଞ୍ଚାଇଥିଲେ । ତେବେ ଚରଣ ଲୋହାର, ଅର୍ଜୁନ ଲୋହାର ମାଟିରେ ପୋତି ହୋଇ ଯାଇଥିଲେ । ଜେସିବି ସାହାଯ୍ୟରେ ମାଟି ବାହାର କରି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଘଟଣା ପରେ ସଂପୃକ୍ତ ଠିକା କମ୍ପାନୀର ଅଧିକାରୀ ମାନଙ୍କ ଦେଖା ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । କମିଟିରେ ଯୋଡ଼ା ନିର୍ବାହୀ ଅଧିକାରୀ, ଚମ୍ପୁଆ ଉପଜିଲ୍ଲାପାଳ ଓ ତହସିଲଦାର ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.5 ° C
    28.5 °
    28.5 °
    29 %
    0.8kmh
    1 %
    Sun
    43 °
    Mon
    43 °
    Tue
    44 °
    Wed
    45 °
    Thu
    43 °

    ସମ୍ବନ୍ଧିତ