Sunday, October 11, 2026
22.9 C
Odisha

    ୩ ଅଭିଯୁକ୍ତ ଗିରଫ, ୨ ବାଇକ ଜବତ

    ଆଗକୁ ପଢନ୍ତୁ

    ବରପାଲି: ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗତକାଲି ସନ୍ଧ୍ୟା ୬ଟା ୪୫ ମିନିଟ୍‌ ସମୟରେ ଡକାୟତି ଉଦ୍ୟମ ହୋଇଥିଲା। ପୁଲିସ୍‌ ଓ ସ୍ଥାନୀୟ ଜନତା ଜଣକୁ କାବୁ କରିଥିବା ବେଳେ ଆଉ ଦୁଇ ଜଣକୁ ପୁଲିସ ପିଛା କରି ଧରିଛି। ଡକାୟତଙ୍କ ପାଖରୁ ୨ଟି ବାଇକ୍‌ ଜବତ କରିଥିବା ସୂଚନା ମିଳିଛି।

    ୫ ଜଣ ବ୍ୟକ୍ତି ମୁଖା ଓ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ପିସ୍ତଲ ଓ ଛୁରି ଦେଖାଇ ବ୍ୟାଙ୍କ ମ୍ୟାନେଜର ରାକେଶ ନାଏକ, ଆକାଉଣ୍ଟାଣ୍ଟ ଅଳକା ପଧାନ ଓ ପିଓ ସୁସ୍ମିତା ସାହୁଙ୍କୁ ଧମକ ଦେଇଥିଲେ। ବ୍ୟାଙ୍କ ମ୍ୟାନେଜର ଶ୍ରୀ ନାଏକଙ୍କଠାରୁ ପ୍ରଥମରେ ତାଙ୍କ ମୋବାଇଲ ଲୁଟି ନେବାପରେ ତାଙ୍କ ମନିପର୍ସରୁ ଟଙ୍କା ନେଇଯାଇଥିଲେ। ଏହାପରେ ଅନ୍ୟମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଡ୍ର ଚାବି ମାଗିଥିଲେ।

    ଏ ସମୟରେ ବ୍ୟାଙ୍କ ମ୍ୟାନେଜର ହୁସିଆର ହୋଇ ବ୍ୟାଙ୍କ ସାଇରନ୍‌ ବଜାଇ ଦେଇଥିଲେ। ସାଇରନ ଶୁଣି ପୁଲିସ ଗାଡ଼ି ଆସିଗଲା ଭାବି ସେମାନେ ସେଠାରୁ ଫେରାର ମାରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ପୋଷାକ ପିନ୍ଧିଥିବା ଦେଖାଯାଇଥିଲା। ସାଇରନ ବାଜିବା ମାତ୍ରେ ସେଠାରୁ ଗୋଟିଏ ବାଇକରେ ୨ ଜଣ ଫେରାର ମାରିଥିଲେ। ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଜଣେ ଏକ ବୁଦାରେ ପଶିଯାଇଥିବାରୁ ପୁଲିସ ସହ ଲୋକେ ତାକୁ କାବୁ କରିଥିଲେ। କାବୁ ହୋଇଥିବା ବ୍ୟକ୍ତି ଜଣକ ମହିଳା ପୋଷାକ ପିନ୍ଧିଥିଲା। ତାହା ପାଖରୁ ପୁଲିସ ଏକ ପଲସର ବାଇକ୍‌ (ଓଡି୧୭ଏଏ ୯୦୩୯) ଓ  ଖେଳଣା ବନ୍ଧୁକ ଜବତ କରିଥିବା ଜଣାପଡ଼ିଛି। ଅଧିକ ତଦନ୍ତ ପାଇଁ ଅଟକ ଥିବା ଡକାୟତକୁ ପଚରାଉଚରା କରୁଥିବା ଜଣାପଡିଛି। ଏନେଇ ବ୍ୟାଙ୍କ ମ୍ୟାନେଜର ବରପାଲି ଥାନାରେ ଏକ ଅଭିଯୋଗ କରିଛନ୍ତି। ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଲୁଟ କରିଥିବା ମୋବାଇଲ ଜବତ କରିଛି। ଖେଳଣା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

    ସୂଚନାଯୋଗ୍ୟ, ଗତ ବର୍ଷ ଏହି ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ହୋଇଥିଲା। ସମାନ ଷ୍ଟାଇଲ୍‌ରେ ସେହି ଡକାୟତି ମଧ୍ୟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ