Monday, September 28, 2026
23.1 C
Odisha

    ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ; ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆସନ୍ତାକାଲି (ବୁଧବାର) ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ। ଏହି ଶିବିରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକ ଯୋଗଦେବାର ଆୟୋଜନ କରାଯାଇଛି ।

    ରାଜ୍ୟ ସରକାର ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ପର୍ଯ୍ୟାୟକ୍ରମେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ହୋଇଛି। ବର୍ତ୍ତମାନ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ସହ ଶିକ୍ଷକ ନିଯୁକ୍ତି ଉପରେ ସରକାରଙ୍କ ପ୍ରାଥମିକତା ରହିଛି। କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି  ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
    ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିଯୁକ୍ତି ଦ୍ୱାରା ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ସଚେତନ ହେବାସହ ସେମାନଙ୍କ ମଧ୍ୟରେ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇବ। ପୁନଶ୍ଚ  ଶିକ୍ଷକ ନିଯୁକ୍ତି ଦ୍ୱାରା ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି ପୂର୍ବପେକ୍ଷା ଅଧିକ ବିକଶିତ ହେବ। ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ ପକ୍ଷରୁ ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇ ଶିକ୍ଷକମାନଙ୍କୁ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ଢାଞ୍ଚା, ନିୟମାବଳୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସମଗ୍ର ଶିକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଦିଗଦର୍ଶନ ଦିଆଯିବ । ୫- ଟି ସ୍କୁଲ ସମେତ ରାଜ୍ୟ ସରକାର ହାତକୁ ନେଇଥିବା ଗୁଣାତ୍ମକ ଶିକ୍ଷାଦାନ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ସୂଚନା ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ