Monday, September 28, 2026
23.1 C
Odisha

    ଫୋନ କଲ କରି ହଇରାଣ କଲେ ଦେବାକୁ ପଡିବ ୨ ଲକ୍ଷ ଜରିମାନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଯଦି କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ନୂତନ ଟେଲିକମ ବିଲ ଆଗତ କରିଛନ୍ତି ଯେଉଁଥିରେ ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ଏହା ଅର୍ଥ ଯଦି କେହି ଅବାଞ୍ଛିତ କଲ ଦ୍ୱାରା ଅସୁବିଧାରେ ପଡନ୍ତି, ତେବେ ତାଙ୍କ ପାଇଁ ଏବେ ସୁବିଧା ହେବ। ନୂତନ ବିଲ ଅବାଞ୍ଛିତ କଲ ବନ୍ଦ କରିବାରେ ସାହାଯ୍ୟ କରିବ। ଗତ କିଛି ବର୍ଷ ମଧ୍ୟରେ ଗ୍ରାହକମାନଙ୍କ ପାଖକୁ ଆସୁଥିବା ଅବାଞ୍ଛିତ କଲ ସଂଖ୍ୟାରେ ବୃଦ୍ଧି ଘଟିଛି। ପ୍ରମୋଶନ ଏବଂ ବ୍ୟାଙ୍କ କଲରେ ବୃଦ୍ଧି ଘଟିଛି। ଏଥିପାଇଁ ଟ୍ରାଇ ଦ୍ୱାରା ଅନେକ ପରାମର୍ଶ ଦିଆଯାଇଛି। ତେବେ ଟେଲିକମ କମ୍ପାନୀଗୁଡିକ ଦ୍ୱାରା କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ। ଏଭଳି ପରିସ୍ଥିତିରେ ସରକାର କଠୋରତା ଦେଖାଇ ନୂଆ ଟେଲିକମ ବିଲରେ ଜରିମାନା ଆଦାୟକୁ ସାମିଲ କରିଛନ୍ତି। ଏହାପୂର୍ବରୁ, ଟ୍ରାଇ ସମସ୍ତ ଟେଲିକମ କମ୍ପାନୀଗୁଡିକୁ ଏଆଇ ଫିଲ୍ଟର ସାହାଯ୍ୟରେ ଠକେଇ ଏବଂ ଅଜ୍ଞାତ କଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ନୂତନ ଟେଲିକମ ବିଲରେ ଅନେକ ସଂଶୋଧନ କରାଯାଇଛି। ଏଥିରେ ସରକାର ଟେଲିକମ କମ୍ପାନୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ଏବଂ ଜରିମାନା ପରିମାଣକୁ ୫୦ କୋଟିରୁ ୫ କୋଟି ଟଙ୍କାକୁ ହ୍ରାସ କରିଛନ୍ତି। ଏହା ବ୍ୟତୀତ ଗ୍ରାହକଙ୍କ ବିରୋଧରେ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବୃଦ୍ଧି କରାଯାଇଛି। ଏହା ସହିତ ଓଟିଟି ପାଇଁ ନିୟମ ସ୍ଥିର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ