Monday, October 19, 2026
23.2 C
Odisha

    ଟାପୁରେ ଜଳବନ୍ଦୀ ୫ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା  ସୀମାନ୍ତ କତେଇବିରା ନିକଟ ଇବ୍ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଗତ ୫ ଦିନ ହେଲା ଜଣେ ମହିଳା ସମେତ ୫ ଜଣ ଗ୍ରାମବାସୀ ଫସିଛନ୍ତି । ସେଥି ମଧ୍ୟରୁ ୩ ଜଣ ଛେଳି ଚରାଳି ଓ  ୨ ଜଣ ଗ୍ରାମବାସୀ । ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍ ନଦୀରେ ପାଣି ଭାରିଯିବା ଫଳରେ ଛେଳି ଚରାଳି ଫସିଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ୨ ଜଣ ଗ୍ରାମବାସୀ  ମଧ୍ୟ ପୁଣି ଫସିଯାଇଥିଲେ। ଛେଳି ଚରାଳିଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ପାଣି ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନାହିଁ। ବାବୁସାଜବାହାଲର ରାଜେନ୍ଦ୍ର ରାୟ, ସୁଲେମାନ ଏକ୍କା, ସୀତା ଲୋହାର ଛେଳି ଚରାଇବାକୁ ଯାଇ ସେଠାରେ ଫଶିଯାଇ କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ