Sunday, March 22, 2026
23.7 C
Odisha

    ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗୁରୁମନ୍ତ୍ର

    ଆଗକୁ ପଢନ୍ତୁ

    ପୁରୀ:ପୁରୀ ଜିଲ୍ଲା ତାଳବଣିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଦେଖାଇଛନ୍ତି ସଫଳତାର ରାସ୍ତା। କାହିଁକି ଏ ନୂଆ ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ଛାତ୍ରଛାତ୍ରୀମାନେ ସେମାନଙ୍କର ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି। ଯାହାବି କରିବେ ଏହାର ପ୍ରଭାବ ଆସନ୍ତା ୫୦ ବର୍ଷ ପଡିବ। ଯଦି ଭଲ କରିବେ ତେବେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ। ଏଥିଲାଗି ଆପଣଙ୍କ ଲାଗି ମୁଖ୍ୟ ପାଠ ପଢିବା। ହେଲେ କେବଳ ପାଠ ପଢିଲେ ସଫଳତା ମିଳିବନି। ଆପଣଙ୍କୁ ପାଠ ସହ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ। ଏଥିଲାଗି ଏ ନୂଆ-ଓ କାର୍ଯ୍ୟକ୍ରମ କରାଯାଇଛି। ଏହାଦ୍ଵାରା ଛାତ୍ରଛାତ୍ରୀଙ୍କର ଯାହାବି ପ୍ରତିଭା ଅଛି ସେସବୁ ବାହାରକୁ ଆଣିବାକୁ ଏହି ପ୍ଲାଟଫର୍ମ ହୋଇଛି। କଲେଜ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି କାର୍ଯକ୍ରମର ଆଯୋଜନ ହେଉଛି। ପ୍ରତିଯୋଗିତାରେ ଭାଗ ନେଲେ ସାମଗ୍ରିକ ବିକାଶ ହେବ। ପାଠ ସାଙ୍ଗେ ସାମଗ୍ରିକ ବିକାଶ ହେଲେ ଜୀବନରେ ସଫଳତା ହାସଲ କରିବେ। ଜିତିଲେ ଖୁସି ଲାଗିବ। ତେବେ ଜିତିବା ଗୁରୁତ୍ଵପୂର୍ଣ୍ଣ ନୁହେ ଭାଗ ନେବା ଗୁରୁତ୍ଵପୂର୍ଣ୍ଣ। ଭାଗନେଲେ ଜୀବନରେ କିଛି ଗୁରୁତ୍ଵପୂର୍ଣ୍ଣ ଶିଖିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଆତ୍ମବିଶ୍ବାସର ସହ ସମସ୍ୟାର ମୁକାବିଲା କରିବେ। ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଶାରିରୀକ ଏବଂ ମାନସିକ ଭାବେ ଫିଟ୍ ରହିବା ଆବଶ୍ୟକ। ଦିନକୁ ୩୦ ମିନିଟ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ। ସଫଳତା ହାସଲ କରିବାକୁ ଦିନକୁ ଅତି କମରେ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି। ସୋସିଆଲ ମିଡିଆରେ ଖରାପ ଏବଂ ଭଲ ବିଷୟ ଅଛି। ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ପରାମର୍ଶ ଦେଇଛନ୍ତି। ବାପା, ମାଆ ଓ ଗୁରୁଜନଙ୍କ କଥା ମାନିବାକୁ ଦେଇଛନ୍ତି ପରାମର୍ଶ। ଯେଉଁମାନେ ଏହି ବାଟରେ ଯାଉନାହାନ୍ତି ସେମାନଙ୍କୁ ଆତ୍ମସମୀକ୍ଷା କରିବାକୁ ପଡିବ। ଏହି ଅବସରରେ ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ଵଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
    ଅବସରପ୍ରାପ୍ତ ଆଇଏଏସ ପ୍ରସନ୍ନ କୁମାର ହୋତା, ଆଇପିଏସ ଗୋପାଳ ନନ୍ଦ, କ୍ରୀଡ଼ାବିତ କିଶୋର କୁମାର ଜେନା, ପାରା ଆଥଲେଟ ଜୟନ୍ତୀ ବେହେରା, ବରିଷ୍ଠ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର, ରାଷ୍ଟ୍ରଦୂତ ମଳୟ କୁମାର ମିଶ୍ର, ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ ଅଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ