Monday, June 2, 2025
31.8 C
Odisha

    ନଂ ୧ ମଡେଲ ହାଇସ୍କୁଲ ହେବ ବାହାନଗା ହାଇସ୍କୁଲ: 5T ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅଧ୍ୟକ୍ଷ । ଏହି ଅବସରରେ ସେ କହିଛନ୍ତି ଯେ, ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ୧୦୩୮ କୋଟି ଟଙ୍କା ପାଇଛି । ଗତ ୬ ମାସରେ ବାହାନଗା ବ୍ଲକକୁ ଆସିଛି ୯୦ କୋଟି ଟଙ୍କା। ବ୍ଲକର ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ନଂ ୧ ମଡେଲ ହାଇସ୍କୁଲ ହେବ ବାହାନଗା ହାଇସ୍କୁଲ। ଗତ ଜୁନରେ ସେ ଆସିଥିବା ସମୟରେ ତାଙ୍କୁ ମିଳିଥିବା ୮୦ ଦରଖାସ୍ତରୁ ୭୦ ଦରଖାସ୍ତର ସମାଧାନ ହୋଇଛି । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଲାଗି ୧୬ ତାରିଖରେ ଆସିବ ଖୁସିଖବର। ବିଏସକେଓ୍ବାଇ, ଲକ୍ଷ୍ମୀ ବସ୍ ଓ ପଞ୍ଚାୟତରେ ବ୍ୟାଙ୍କ ପ୍ରତିଷ୍ଠା ଜରିଆରେ ଲୋକଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.8 ° C
    31.8 °
    31.8 °
    34 %
    3.3kmh
    19 %
    Mon
    39 °
    Tue
    38 °
    Wed
    39 °
    Thu
    40 °
    Fri
    41 °

    ସମ୍ବନ୍ଧିତ