Monday, January 13, 2025
28.4 C
Odisha

    ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ କନ୍ଦମୂଳ

    ଆଗକୁ ପଢନ୍ତୁ

    ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ। ଏହା ସବୁ ପ୍ରକାରର ପନିପରିବା ଠାରୁ ଲାଭଦାୟକ ହୋଇଥାଏ । କେହି କେହି ଏହାକୁ ସ୍ୱିଟ ପୋଟାଟୋ ମଧ୍ୟ କହନ୍ତି । ଯେମିତି ମିଠା ଏହାର ସ୍ୱାଦ ଥାଏ ସେମିତି ଲାଭଦାୟକ ଶରୀର ପାଇଁ ହୋଇଥାଏ । ତେବେ ଜାଣନ୍ତୁ କନ୍ଦମୂଳ ଖାଇବା ଦ୍ୱାରା କେଉଁ କେଉଁ ରୋଗ ହୋଇନଥାଏ । ଆପଣ ଜାଣନ୍ତି କି, ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ୧୪ ବର୍ଷ ବନବାସ ସମୟରେ କନ୍ଦମୂଳ ଖାଇ ରହିଥିଲେ । କନ୍ଦମୂଳରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍ ଏବଂ ଫାଇବର ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ ।

    କନ୍ଦମୂଳ ଖାଇବା ଦ୍ୱାରା ରୋଗ ପାଖକୁ ଆସିନଥାଏ । କନ୍ଦମୂଳରେ ଅଧିକାଂଶ ଆଇରନ ଥିବାରୁ ରକ୍ତହୀନତା ହ୍ରାସ ପାଇଥାଏ । ଅସ୍ଥାମାରୁ ରକ୍ଷା କରିଥାଏ କନ୍ଦମୂଳ । ଶରୀରକୁ ଗରମ ରଖିବା ସହ ଏଥିରେ ଥିବା ଭିଟାମିନ ସି ଫୁସଫୁସ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ । କନ୍ଦମୂଳ ଫାଇବର ଯୁକ୍ତ ଭୋଜନ ଅଟେ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ଭଲ ହୋଇଥାଏ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ବ୍ଲଡରେ ଥିବା ଦୂଷିତ କୋଲେଷ୍ଟ୍ରୋଲ କମିବାକୁ ଲାଗିଥାଏ । ଏବଂ ହାଡ ମଜବୁତ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.4 ° C
    28.4 °
    28.4 °
    26 %
    3kmh
    3 %
    Mon
    28 °
    Tue
    29 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ