ଭୁବନେଶ୍ୱର : ନନ୍ଦନକାନନରେ ନୂଆ ଅତିଥି । ପ୍ରଥମ ଥର ପାଇଁ ମା ହେଲା ସିଂହୀ ଶ୍ରେୟା । ଗୋଟିଏ ଶାବକକୁ ଜନ୍ମ ଦେଇଛି ଶ୍ରେୟା । ଶାବକକୁ ନନ୍ଦନକାନନର ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି । ତେବେ ସିଂହୀ ଛୁଆକୁ ଗ୍ରହଣ କରିନାହିଁ । ପ୍ରଥମ ଥର ପାଇଁ ମାଆ ହୋଇଥିବାରୁ ତା ନିକଟରେ ମାତୃ ସୁଲଭ ଆଚରଣ ଦେଖିବାକୁ ମିଳିନି । ବର୍ତ୍ତମାନ ନନ୍ଦନକାନରରେ ସିଂହ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଶାବକର ଖାଦ୍ୟ ଓ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ।
ତେବେ ସୂଚନା ଥାଉକି, ଗତ ମାସରେ ମାଆ ହୋଇଥିଲା ସିଂହୀ ମାୟା । ପ୍ରଥମ ଶାବକ ରାତି ପ୍ରାୟ ୨ଟା ୪୧ରେ ଜନ୍ମ ହୋଇଥିଲା । ଦ୍ଵିତୀୟ ଶାବକଟି ଭୋର୍ ୫ଟା ୪୯ ସମୟରେ ଜନ୍ମ ହୋଇଥିଲା । ପ୍ରଥମ ଶାବକ ମୃତ ଜନ୍ମ ହୋଇଥିବା ବେଳେ ଅନ୍ୟଟି ସୁସ୍ଥ ଥିଲା । ଉଭୟ ମା ଓ ଶାବକକୁ ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇଥିଲା ।
ତେବେ ସିଂହୀ ଛୁଆକୁ ଗ୍ରହଣ କରିନଥିଲା । ଫଳରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଶାବକଟିକୁ ନନ୍ଦନକାନନର ଶିଶୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତରଣ କରିଥିଲେ । ସେଠାରେ ଶାବକକୁ କ୍ଷୀର ଦିଆଯାଇ ତାପମାତ୍ରା ନିୟନ୍ତ୍ରଣ କୋଠରୀ ମଧ୍ୟରେ ରଖାଯାଇଥିଲା । ହେଲେ କିଛି ଦିନ ଭିତରେ ଆଖି ବୁଜିଥିଲେ ନବ ଜନ୍ମିତ ସିଂହ ଶାବକ ।
