Saturday, March 28, 2026
37.7 C
Odisha

    ସର୍ପାଘାତରେ ଶିଶୁକନ୍ୟାର ଅକାଳ ମୃତ୍ୟୁ

    ଆଗକୁ ପଢନ୍ତୁ

    ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ରଘୁନାଥପୁର ଗ୍ରାମର ରବୀନ୍ଦ୍ର ମହାନ୍ତଙ୍କ ୭ ବର୍ଷୀୟ ଶିଶୁକନ୍ୟା ଦୀପାଞ୍ଜଳିକୁ ବୁଧବାର ସନ୍ଧ୍ୟା ସମୟରେ ବିଷାକ୍ତ ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକାଙ୍କ ମା’ କହିଛନ୍ତି, ଦୀପାଞ୍ଜଳି ଘର ପାଖରେ ଥିବା କୌଣସି ଏକ ବ୍ୟକ୍ତି ପ୍ରଥମେ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ। ସେଠାରେ କୌଣସି ସୁଫଳ ନ ମିଳିବାରୁ ପରିବାର ବର୍ଗ ଦୀପାଞ୍ଜଳୀଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ଉପସ୍ଥିତ ଡାକ୍ତର ବିକାଶ ନାୟକ ପ୍ରାଥମିକ ତଦନ୍ତରୁ ଦୀପାଞ୍ଜଳୀ ମୃତ ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ବୈଶିଙ୍ଗା ପୁଲିସକୁ ଖବର ମଧ୍ୟ ଦେଇଥିଲେ। କିଛି ସମୟ ଧରି ବୈଶିଙ୍ଗା ଡାକ୍ତରଖାନା ପରିସର ଶୋକାକୋଳ ର ପରିବେଶ ସୃଷ୍ଟି ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ