Thursday, September 24, 2026
24.7 C
Odisha

    ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର, ସ୍ନାନ ଉପରେ ପ୍ରଶାସନର କଟକଣା

    ଆଗକୁ ପଢନ୍ତୁ

    ପୁରୀ  : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ପୁରୀ ସମୁଦ୍ର କୂଳରେ ଜୁଆରର ଉଚ୍ଚତା ଏବଂ ତୀବ୍ରତା ଯଥେଷ୍ଟ ବୃଦ୍ଧି ପାଇଛି । ଏହି ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ । ସ୍ଥିତି ସ୍ଵାଭାବିକ ନହେବା ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସମୁଦ୍ର ଭିତରକୁ ଯିବା କିମ୍ବା ସ୍ନାନ କରିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସମୁଦ୍ର କୂଳର ବିପଜ୍ଜନକ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ଲାଲ୍ ରଙ୍ଗର ଚେତାବନୀ ପତାକା ଲଗାଯାଇଛି ।

    ଲାଇଫଗାର୍ଡ ଏବଂ ଅଗ୍ନିଶମ ବାହିନୀର ଟିମ୍ ସମୁଦ୍ର କୂଳରେ କଡ଼ା ନଜର ରଖିଛନ୍ତି। ମାଇକ ଯୋଗେ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଉଛି ପୋଲିସ । ଗଭୀର ଅବପାତ ଯୋଗୁଁ ଓଡ଼ିଶା ଏବଂ ପୁରୀ ଉପକୂଳ ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିପାଇଁ ଏକ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ମତ୍ସ୍ୟଜୀବୀ ଗ୍ରାମଗୁଡ଼ିକରେ ଏହି ଚେତାବନୀ ପ୍ରଚାର କରାଯାଉଛି । ପାଗ ସ୍ଵାଭାବିକ ନହେବା ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କିମ୍ବା ଚିଲିକା ହ୍ରଦ ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ