Thursday, October 15, 2026
21.9 C
Odisha

    କେନାଲ ଭିତରକୁ ପଶିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ମାଆ ଓ ପୁଅ

    ଆଗକୁ ପଢନ୍ତୁ

    ତାଳଚେର   :  ତାଳଚେରରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ମାଆ ଓ ପୁଅ । ଭାରସାମ୍ୟ ହରାଇ ଏକ ସ୍କର୍ପିଓ କେନାଲ ଭିତରକୁ ପଶିଯିବା ପରେ ଗାଡ଼ି ଭିତରେ ଫସି ରହିଥିଲେ ଉଭୟ । ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ତତ୍ପରତା ଯୋଗୁଁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

    ସୂଚନା ଅନୁସାରେ,ଏହି ଘଟଣାଟି ତାଳଚେର ବନ୍ତୁଲ ଗାଁ ନିକଟ କେନାଲ ବାଇପାସ ନିକଟରେ ଘଟିଛି । ସମଲ ରାଇଟ୍ କେନାଲ ନିକଟରେ ଯାଉଥିବା ବେଳେ ସ୍କର୍ପିଓଟି ହଠାତ୍ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା । ଗାଡ଼ିରେ ଥିଲେ ତାଳଚେର ଗୋପାଳପ୍ରସାଦ କୁସୁମପାଳ ଗାଁର ବାସନ୍ତୀ ସାମଲ ଓ ଶାନ୍ତନୁ ପତିଆର । ତାଳଚେରରେ ମାର୍କେଟିଂ ସାରି ନିଜ ଝିଅକୁ ତାଳଚେର ରୋଡ୍ ଷ୍ଟେସନରୁ ଆଣିବା ପାଇଁ ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ । ଗାଡ଼ି କେନାଲ ଭିତରକୁ ପଶିଯିବା ପରେ ମାଆ ଓ ପୁଅ ଭିତରେ ଫସି ଯାଇଥିଲେ ।
    ଅନ୍ୟପଟେ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । କେନାଲ ଭିତରୁ ସ୍କର୍ପିଓଟିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ