Wednesday, October 7, 2026
31.4 C
Odisha

    ରାଜ୍ୟର ତୃତୀୟ ପର୍ଯ୍ୟାୟରେ ୭୪.୪୫ ପ୍ରତିଶତ ମତଦାନ: ସମ୍ବଲପୁରରେ ଅଧିକ, ଭୁବନେଶ୍ବରରେ କମ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଗତ ୨୫ ତାରିଖ ଦିନ ତୃତୀୟ ପର୍ଯ୍ୟାୟରେ ୬ଟି ଲେକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ୭୪.୪୫ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି।

    ସମ୍ବଲପୁରରେ ସର୍ବାଧିକ ୭୯.୫୦ ପ୍ରତିଶତ ମତଦାନ ହୋଇଛି। ଭୁବନେଶ୍ବରରେ ସର୍ବନିମ୍ନ ୬୪.୪୯ ପ୍ରତିଶତ ମତଦାନ ହୋଇଛି। ସେହିପରି କେନ୍ଦୁଝରରେ ୭୮.୯୭, ଢେଙ୍କାନାଳରେ ୭୮.୦୧, କଟକରେ ୭୧.୨୦ ଓ ପୁରୀରେ ୭୫.୪୯ ପ୍ରତିଶତ ମତଦାନ ହୋଇଛି।

    ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟ ମାଧ୍ୟମରେ ପ୍ରାୟ ୯୪ ହଜାର ମତଦାନ ହୋଇସାରିଛିା ଏହା ମଧ୍ୟରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ମତଦାତା ଓ ଭିନ୍ନକ୍ଷମ ମତଦାତାମାନେ “ହୋମ୍ ଭୋଟିଙ୍ଗ୍’ ମାଧ୍ୟମରେ ମତଦାନ କରୁଥିବାବେଳେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପିଭିସିରେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପିବିିଏଫ୍ସି ମାଧ୍ୟମରେ ମତଦାନ କରିଛନ୍ତି ‌ବୋଲି ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ