Saturday, October 10, 2026
22.4 C
Odisha

    ନିର୍ବାଚନୀ ହିଂସା: ରୁଦ୍ରଙ୍କ ଗାଡ଼ି ଭାଙ୍ଗିଲେ ବିଜେପି ସମର୍ଥକ, ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲା ବିଜେଡି

    ଆଗକୁ ପଢନ୍ତୁ

    ନିମାପଡ଼ା: ରାଜନୀତିରେ ନିମାପଡ଼ା ନିର୍ବାଚନମଣ୍ଡଳୀ ଉଷ୍ମତାର ଶୀର୍ଷରେ ଥିବାବେଳେ ଆଜି ପ୍ରଥମ ଥର ପାଇଁ ନିର୍ବାଚନୀ ହିଂସା ଘଟିଛି। ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ତମ୍ପାଳୋ ପଞ୍ଚାୟତରେ ସାଙ୍ଗଠନିକ ବୈଠକ ସାରି ତେରୁଣ୍ଡିଆ ପଞ୍ଚାୟତ ଦେଇ ପିପିଲି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହି ଠାରେ କେତେକ ବିଜେପି ସମର୍ଥକ ତାଙ୍କ ଗାଡି ଆଗକୁ ଅଚାନକ ମାଡି ଆସିବାରୁ ଗାଡି ଚାଳକ ଗାଡି ଅଟକାଇବାରେ ବିଜେପି ସମର୍ଥକମାନେ ଗାଡିକୁ ଘେରିଯାଇ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ଗାଡି ଭାଙ୍ଗିରୁଜି ଯାଇଛି।  ବିଧାୟକ, ଚାଳକ ଏବଂ ତାଙ୍କର କିଛି ସମର୍ଥକ ଅଳ୍ପକେ ବଞ୍ଚି ଯାଇଛନ୍ତି।

    ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ହେବାପରେ ୨ଜଣ ବିଜେପି ସମର୍ଥକଙ୍କୁ ପୁଲିସ ଗିରଫ କରିଛି। ଏହା ଏକ ପୂର୍ବ ଯୋଜନା ମୁତାବକ ଆକ୍ରମଣ ବୋଲି ମୁଁ ଜାଣି ପାରୁଛି। ଯେହେତୁ ଏହା ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ନିଜ ପଞ୍ଚାୟତ ହୋଇଥିବାରୁ ସେମାନେ ଆକ୍ରୋଶମୂଳକ ଭାବେ ଏହା କରିଛନ୍ତି ବୋଲି ରୁଦ୍ର କହିଛନ୍ତି। ବିଜେଡ଼ିର ଲୋକପ୍ରିୟତାକୁ ସେମାନେ ସହ୍ୟ କରି ନପାରି ଏଭଳି କରିଛନ୍ତି ବୋଲି ପର୍ଯ୍ୟବେକ୍ଷକ ପୁଷ୍ପେନ୍ଦ୍ର ସିଂ ଦେଓ ଅଭିଯୋଗ କରିଛନ୍ତି। ପ୍ରେସ ମିଟରେ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସମେତ, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲା ପର୍ଯ୍ୟବେକ୍ଷକ ଦିବାକର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ