Tuesday, September 29, 2026
23.1 C
Odisha

    ୭ ଜଣ ସଦସ୍ୟ କଲେ ଆତ୍ମହତ୍ୟା, ୬ ଜଣଙ୍କୁ ବିଷ ଦେଇ ନିଜେ ଝୁଲି ପଡିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଗୁଜୁରାଟର ସୁରଟରୁ ଆସିଛି ଏଭଳି ଏକ ଦୁଃଖଦ ଖବର ଯାହା ଆପଣଙ୍କୁ ବିଚଳିତ କରିଦେବ । ଏକାସାଙ୍ଗେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିବା ମନୀଷ ସେଲାନକିଙ୍କ ପରିବାରରେ ଏପରି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ୭ ଜଣଙ୍କ ମଧ୍ୟରେ ୩ ଜଣ ଶିଶୁଥିବା ଜଣାପଡିଛି । ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ ବେକରେ ଦୌଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ଗୋଟିଏ ଘର ଭିତରୁ ୭ ଜଣଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘଦିନ ଧରି ଏହି ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପଡ଼ୋଶୀମାନେ କହିଛନ୍ତି । ତଦନ୍ତ ବେଳେ ପୁଲିସ ମନୀଷଙ୍କ ଘରକୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ବ୍ୟବସାୟ କରିବାକୁ ଋଣ ଆଣି ମନୀଷ ଫେରସ୍ତ କରିବାକୁ ଅକ୍ଷମ ହୋଇ ଥିବାରୁ ପରିବାର ସହ ଜୀବନ ହାରିଥିବା କଥା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଏଥିସହ ପରିବାର ଲୋକ ସେମାନଙ୍କ ଫ୍ଲାଟକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ଚିଠିରେ ଲେଖା ଅଛି। ଲୋକଙ୍କଠାରୁ ଆଣିଥିବା ଟଙ୍କା ଫେରସ୍ତ କରିବା ପାଇଁ ଫ୍ଲାଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ଶେଷ ସମୟରେ ଏହା ମଧ୍ୟ ହୋଇ ପାରିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । କିନ୍ତୁ ସେ କାହାଠାରୁ କେତେ ଟଙ୍କା ଋଣ ଆଣିଥିଲେ, ସେ ବିଷୟରେ ସୁଇସାଇଡ ନୋଟରେ କିଛି ବି ଲେଖି ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ