Monday, May 12, 2025
32.1 C
Odisha

    ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ ବିଜେପି ନେତା । ଆଜି ଓଡ଼ିଶା ଉପରେ ନିଆଯିବ ନିଷ୍ପତି

    ଆଗକୁ ପଢନ୍ତୁ

    ବିଜେଡି-ବିଜେପି ମେଣ୍ଟକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନଥିବା ବେଳେ ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ ବିଜେପି ନେତା । ଗତକାଲି ବିଳମ୍ବିତ ରାତି ଯାଏ କୋର କମିଟି ବୈଠକ ବସିଥିବା ବେଳେ ଏଥିରେ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

    ଆଜି ପୁଣି ଥରେ ବୈଠକ ବସିବ । ଏହି ବୈଠକରେ ଓଡ଼ିଶା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ମନମୋହନ ଦିଲ୍ଲୀ ଗସ୍ତ କରିଥବା କୁହାଯାଉଛି । ଏହି ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ହସ୍ତାନ୍ତର କରିବେ । ଆଉ କେନ୍ଦ୍ରୀୟ କମିଟି ପ୍ରାର୍ଥୀ ତାଲିକା ଉପରେ ଚୂଡାନ୍ତ ମୋହର ମାରିବ । ବିଜେପି ଦୁଇଟି ପର୍ଯ୍ୟାୟରେ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି । ଦୁଇଟି ଯାକ ପର୍ଯ୍ୟାୟରେ ଓଡ଼ିଶା ସ୍ଥାନ ପାଇନଥିବାରୁ, ତାହା ମେଣ୍ଟ ଚର୍ଚ୍ଚାକୁ ଆହୁରି ଜୋରଦାର କରିଥିଲା । ଆଜି ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ତାଲିକାରେ ଓଡ଼ିଶା ନାଁ ରହିବ କି ନାହିଁ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.1 ° C
    32.1 °
    32.1 °
    42 %
    2.9kmh
    70 %
    Mon
    32 °
    Tue
    42 °
    Wed
    42 °
    Thu
    42 °
    Fri
    43 °

    ସମ୍ବନ୍ଧିତ