Tuesday, July 1, 2025
25.7 C
Odisha

    ସୋରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସିକ୍ୟୁରିଟି ଗାର୍ଡ

    ଆଗକୁ ପଢନ୍ତୁ

    ସିକ୍ୟୁରିଟି ଗାର୍ଡଙ୍କ ଭରସାରେ ରୋଗୀ । ହସ୍ପିଟାଲର ଟିକେଟ୍ କାଉନ୍ଟରରେ ରୋଗୀ ଟିକେଟ୍ କାଟୁଛନ୍ତି । ଏପରିକି ରୋଗୀଙ୍କ ରକ୍ତଚାପ ମଧ୍ୟ ମାପୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋରର ଡାକ୍ତରଖାନାରେ ଏପରି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କାମରେ ଜଡ଼ିତ ହୋଇପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ସୋର ବ୍ଲକ ଅନନ୍ତପୁର ଓ ସୋରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ଖୋଲା ଉଲଂଘନ ଦେଖିବାକୁ ମିଳିଛି । ଅନନ୍ତପୁର ଡାକ୍ତରଖାନାରେ ଏକାଧିକ କର୍ମଚାରୀଙ୍କ ପଦ ଫାଙ୍କା ରହିଛି । ଫଳରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ସୁରକ୍ଷା କାମ ଛାଡି ସ୍ୱାସ୍ଥ୍ୟ ସେବାରେ ଲାଗିଛନ୍ତି । ପ୍ରେସ୍କ୍ରିପ୍ସନରେ ରୋଗୀଙ୍କ ନାଁ ଲେଖିବା ସହ ଓଜନ ଓ ରକ୍ତଚାପ ମଧ୍ୟ ମାପୁଛନ୍ତି । ସେହିପରି ସୋର ଡାକ୍ତରଖାନାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    87 %
    3kmh
    100 %
    Tue
    25 °
    Wed
    27 °
    Thu
    32 °
    Fri
    27 °
    Sat
    28 °

    ସମ୍ବନ୍ଧିତ