Tuesday, March 17, 2026
33.3 C
Odisha

    ଦୁଇଟି ଗାଡ଼ିକୁ ପଛରୁ ପିଟିଲା ପୂର୍ବତନ ବିଧାୟକଙ୍କ ଗାଡ଼ି, ଡ୍ରାଇଭର ମଦ ପିଇଥିବା ସୂଚନା

    ଆଗକୁ ପଢନ୍ତୁ

    ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଦୁଇଟି ଗାଡ଼ିକୁ ପିଟିଲା ପୂର୍ବତନ ବିଧାୟକଙ୍କ ଗାଡ଼ି । ଗାଡ଼ିରେ ଯଦିଓ ପୂର୍ବତନ ବିଧାୟକ ନଥିଲେ । କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ । ରାଜ୍ୟ ଅତିଥି ଭବନ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ଦୁଇଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି । ସେହିପରି ସହିଦ ନଗରରେ ହିଟ୍ ଆଣ୍ଡ ରନ୍ ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଗୋଟିଏ କାର ଏକାଥରରେ ୬ଥର ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାରଟି ଝାରପଡ଼ାରୁ ବିଭିନ୍ନ ଗାଡ଼ିକୁ ଧକ୍କା କରିଥିଲା । ତେବେ ସହିଦ ନଗରରେ କାରଟିକୁ ଅଟକାଇଥିଲେ ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    24 %
    2.2kmh
    99 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ