Wednesday, October 23, 2024
27.8 C
Odisha

    ମିଡିଆକୁ ଅଣଦେଖା କରି ଟ୍ରୋଲ୍ ହେଲେ ଅଭିଷେକ ବଚ୍ଚନ, ଭାଇରାଲ ହେଉଛି ଭିଡିଓ

    ଆଗକୁ ପଢନ୍ତୁ

    ଅଭିଷେକ ବଚ୍ଚନ ଆଜିକାଲି ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ଦିନ ହେବ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ରକୁ ନେଇ ମଧ୍ୟ ଅନେକ ଆଲୋଚନା ଚାଲିଛି । ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ନୂଆ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିଷେକ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି ଏବଂ ଭିଡିଓରେ ଅଭିଷେକ ପାପରାଜିନ୍କ ଉପରେ ବହୁତ ରାଗିଯାଇଛନ୍ତି । ନିକଟରେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ୍‌ 5’ ର ସୁଟିଂ ଶେଷ କରିବା ପରେ ମୁମ୍ବାଇ ଫେରିଥିଲେ ।

    ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ପାପାରାଜି ତାଙ୍କୁ ପାର୍କିଂ ଏରିୟାରେ ପିଛା କରିବା ଆରମ୍ଭ କରିଥିଲେ । ଏହା ଦେଖି ଅଭିଷେକ ଟିକେ ରାଗିଗଲେ ଏବଂ ପାପାରାଜିଙ୍କୁ ଦୂରରେ ରହିବାକୁ କହିଥିଲେ । ତା’ପରେ ପାପାରାଜି ଅଭିଷେକଙ୍କ ପାଖକୁ ଆସିବା ଆରମ୍ଭ କରିଥିବାବେଳେ ଅଭିଷେକ ରାଗିଗଲେ ଏବଂ ଅଧିକ ଫଟୋ ଉଠାଇବାକୁ ଏବଂ ତାଙ୍କର ଭିଡିଓ ରେକର୍ଡ କରିବାକୁ ମନା କରିଦେଇଥିଲେ । ନୂଆ ଭିଡିଓରେ ଅଭିଷେକ ବଚ୍ଚନ ପାପାରାଜିଙ୍କ ଆଗରେ ହାତ ଯୋଡିଥିବାର ନଜର ଆସିଛନ୍ତି ।

    ଭିଡିଓ ଆରମ୍ଭରେ ଅଭିଷେକ ପାପାରାଜିଙ୍କୁ କିଛି କହୁ ନଥିଲେ କିନ୍ତୁ କ୍ୟାମେରାକୁ ନେଇ ଯେତେବେଳେ ଅଭିନେତାଙ୍କ ସାମ୍ନାକୁ ଆସୁଥିଲେ, ସେତେବେଳେ ଅଭିଷେକ ରାଗିଯାଉଥିଲେ । ସେ ହାତ ଯୋଡି ପାପାରାଜିଙ୍କୁ କହିଥିଲେ ‘ ବାସ୍‌ ଭାଇ, ଏବେ ହେଇଗଲା, ଧନ୍ୟବାଦ୍‌’ । ଅଭିଷେକଙ୍କ ଏହି ପ୍ରତିକ୍ରିୟାରେ ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଅନେକ କମେଣ୍ଟ ଦେଇଛନ୍ତି । ଅନେକ ଜୁନିଅର ବଚ୍ଚନଙ୍କୁ ଟ୍ରୋଲ କରୁଥିବାବେଳେ କେହି କେହି ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ଅଭିଷେକଙ୍କ ଏହି ଭିଡିଓକୁ ଦେଖି କିଛି ଲୋକ କମେଣ୍ଟ ମାଧ୍ୟମରେ ଲେଖିଛନ୍ତି ଯେ, ‘ଅଭିଷେକଙ୍କ ସଂସ୍କାର ଠିକ ତାଙ୍କ ମା’ଙ୍କ ପରି ।

    ଅନ୍ୟଜଣେ କହିଛନ୍ତି ଯେ, ‘ଭାଇ, ଆପଣ ନିଜକୁ ତଳକୁ ଖସାଉଛନ୍ତି’ । ଭିଡିଓରେ କମେଣ୍ଟ ଦେଇ ଅନେକ ୟୁଜର୍ସ ଅଭିଷେକଙ୍କୁ ଟାର୍ଗେଟ କରି ତାଙ୍କ ବ୍ୟବହାରକୁ ସମାଲୋଚନା କରିଛନ୍ତି । ଗତ କିଛି ଦିନ ହେବ ବଚ୍ଚନ ପରିବାର ବହୁ ଚର୍ଚ୍ଚାରେ ଅଛନ୍ତି । ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କ ଛାଡପତ୍ରକୁ ନେଇ ଏହି ଗୁଜବ ଏବେ ଜୋର ଧରିଛି । ଏହା ପରେ ଅଧିକାଂଶ ସମୟରେ ଐଶ୍ୱର୍ଯ୍ୟ ରାୟ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ବଚ୍ଚନ ପରିବାର ଠାରୁ ଅଲଗା ହୋଇ ନଜର ଆସିଛନ୍ତି ।

    ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ଅଭିଷେକ ବଚ୍ଚନ ଶେଷ ଥର ‘ଘୁମର’ ରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ସହ ସେୟାମି ଖେର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ତାଙ୍କୁ ‘ହାଉସଫୁଲ 5’ ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ପାଇଁ ଅଭିନେତା ବର୍ତ୍ତମାନ ସୁଟିଂ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ସେ ଶାହାରୁଖ ଖାନାଙ୍କ ଅଭିନୀତ ‘କିଙ୍ଗ’ରେ ନଜର ଆସିବେ ଏବଂ ଅଭିଷେକ ସୁଜିତ ସରକାରଙ୍କ ଏକ ନୂଆ ଫିଲ୍ମରେ ମଧ୍ୟ କାମ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    53 %
    3.4kmh
    93 %
    Wed
    27 °
    Thu
    26 °
    Fri
    27 °
    Sat
    28 °
    Sun
    22 °

    ସମ୍ବନ୍ଧିତ