Saturday, May 24, 2025
33.1 C
Odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା : ୫ ଜଣଙ୍କ ମୃତ୍ୟୁ

ଆଗକୁ ପଢନ୍ତୁ

ଭଦ୍ରକରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ଟ୍ରକ୍କୁ ଧକ୍କା ଦେଲା ସ୍କୋର୍ପିଓ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସ୍କୋର୍ପିଓରେ କୋଲକାତାରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।ଖୋର୍ଦ୍ଧା ବୋଲଗଡ଼ ଗେଡିମୁଣ୍ଡିଆ ନିକଟରେ ସଡ଼କ ଦୁର୍ଘଟଣା । ବିଳମ୍ବତ ରାତିରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଭାଇ ଭଉଣୀ । ଏମାନଙ୍କ ଘର ବାଉଁଶିଆପଡ଼ା ନିକଟ ବନମାଳିପୁରୀ ଗାଁରେ । ଦୁଇ ଜଣ ଏକ ବାଇକ୍ରେ ଘରକୁ ଫେରୁଥିଲେ । ଏହି ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।ବିଦ୍ୟୁତ ତାର ଲାଗି ଗଲା ବାଇକ୍ ଆରୋହୀଙ୍କ ଜୀବନ । କୋଣାର୍କ ଚନ୍ଦ୍ରଭାଗା ରାସ୍ତାର ହେଲିପ୍ୟାଡ୍ ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି କରମଙ୍ଗା ଗାଁର ଭାସ୍କର ବେହେରା । ସେ ଚନ୍ଦ୍ରଭାଗା ଯାଉଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଓହଳି ପଡ଼ିଥିବା ତାର ତାଙ୍କ ବେକରେ ଲାଗି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । କୋଣାର୍କ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
33.1 ° C
33.1 °
33.1 °
51 %
0.7kmh
100 %
Sat
36 °
Sun
33 °
Mon
35 °
Tue
35 °
Wed
33 °

ସମ୍ବନ୍ଧିତ