Friday, October 16, 2026
28.4 C
Odisha

    ଧାରା ୩୭୦ ବ୍ୟାନର ଦେଖାଇବାରୁ ଜମ୍ମୁ କଶ୍ମୀର ବିଧାନସଭାରେ ପ୍ରବଳ ହଟ୍ଟଗୋଳ

    ଆଗକୁ ପଢନ୍ତୁ

    ଶ୍ରୀନଗର: ଜମ୍ମୁ କଶ୍ମୀର ବିଧାନସଭାରେ ଧାରା ୩୭୦କୁ ନେଇ ଲଗାତାର ହଟ୍ଟଗୋଳ ହେଉଛି। ଜେଲ୍‌ରେ ଥିବା ବାରମୁଳା ଲୋକସଭା ସାଂସଦ ଇଞ୍ଜିନିୟର ରଶିଦଙ୍କ ଭାଇ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ଧାରା ୩୭୦କୁ ପୁଣିଥରେ ଫେରାଇ ଆଣିବା ଦାବିରେ ଏକ ବ୍ୟାନର ଦେଖାଇବାରୁ ଏହାକୁ ଜୋରଦାର ବିରୋଧ କରାଯାଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଜେପି ନେତାମାନେ ଗତକାଲି ଧାରା ୩୭୦ ସଂକ୍ରାନ୍ତରେ ଗୃହୀତ ହୋଇଥିବା ପ୍ରସ୍ତାବକୁ ବିରୋଧ କରି ହଟ୍ଟଗୋଳ କରିଥିଲେ। ଏହି ସମୟରେ ଅୱାମୀ ଇତ୍ତେହାଦ ପାର୍ଟି ବିଧାୟକ ଖୁରସିଦ ଅହମଦ ଶେଖ୍‌ ଗୃହର ମଧ୍ୟଭାଗକୁ ଆସି ଧାରା ୩୭୦ ଫେରାଇ ଆଣିବାପାଇଁ ଏକ ବ୍ୟାନର୍‌ ଦେଖାଇଥିଲେ। ବିଜେପି ବିଧାୟକମାନେ ଏହାକୁ ଜୋରଦାର ବିରୋଧ କରିବା ସହ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଏହାପରେ ବାଚସ୍ପତି ଅବଦୁଲ ରହିମ ଗୃହକାର୍ଯ୍ୟ ବନ୍ଦ କରି ଦେଇଥିଲେ। ଇତିମଧ୍ୟରେ ପିଡିପି (ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି) ମଧ୍ୟ ଧାରା ୩୭୦ ଫେରାଇ ଆଣିବାପାଇଁ ଏକ ସଦ୍ୟ ପ୍ରସ୍ତାବ ଆଣିଛି। ଏହି ପ୍ରସ୍ତାବ ସମ୍ବିଧାନ ବିରୋଧୀ ଏବଂ ସୁପ୍ରିମକୋର୍ଟଙ୍କ ରାୟର ଏହା ବିରୁଦ୍ଧାଚରଣ କରୁଛି ବୋଲି ବିଜେପି କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ