Tuesday, September 29, 2026
24.9 C
Odisha

    ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ଖୋଲାଯିବ: ବୀରବିକ୍ରମ ଯାଦବ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ତାରିଖରେ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଡ଼ାଲିଟିଜ୍ ଫାଇନାଲ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଏସଓପି ଉପରେ ବିସ୍ତୃତ ଆଲୋଚନା ହୋଇଛି। ତଦାରଖ କମିଟି ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଏକ ଏସଓପି ସୁପାରିଶ କରିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଉ କିଛି ପ୍ରସ୍ତାବ ଏସଓପିରେ ସାମିଲ କରାଯାଇଛି। ଚୁଡାନ୍ତ ଏସ୍‌ଓପିକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ଖୋଲିବ। ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ପ୍ରସ୍ତାବ ଆମେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବୁ ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ। ଯେହେତୁ ରତ୍ନଭଣ୍ଡାର ଖୋଲିବା ପରେ ଏହାର ମରାମତି ଆବଶ୍ୟକ ରହିଛି, ଏଣୁ ରତ୍ନଭଣ୍ଡାରରୁ ଅଳଙ୍କାର ଖାଲି ପରେ ମରାମତି କରାଯିବ। କେଉଁଠିକୁ ଅଳଙ୍କାର ସ୍ଥାନାନ୍ତର ହେବ, ତାହା ଚିହ୍ନଟ ହୋଇସାରିଛି ବୋଲି ଜଷ୍ଟିସ ରଥ କହିଛନ୍ତି। ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ସମୟ ସାପେକ୍ଷ। ତେଣୁ ଏହି ପ୍ରକ୍ରିୟା ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନାହିଁ। ବରଂ ଭକ୍ତମାନେ ମହାପ୍ରଭୁଙ୍କୁ ଦୂରରୁ ଦର୍ଶନ କରିବେ। ଭକ୍ତ ବି ଏଥିରେ ସହଯୋଗ କରିବେ ବୋଲି ଜଷ୍ଟିସ ରଥ କହିଛନ୍ତି। ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ରତ୍ନଭଣ୍ଡାର ଚାବି ଉପସ୍ଥାପିତ ହେବାର ଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ରଥଯାତ୍ରାର ବ୍ୟସ୍ତତା ଯୋଗୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ସମୟ ମାଗିଛନ୍ତି। ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ ବୋଲି ଜଷ୍ଟିସ ରଥ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ