Saturday, May 18, 2024
29.9 C
Odisha

    ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ ଭୁବନେଶ୍ୱର,

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନିଶାକବଳରେ ରାଜଧାନୀ ଭୁବନେଶ୍ୱରର ଯୁବପିଢ଼ି। ତେବେ ବଜାରରେ ଯେତେ ପ୍ରକାରର ନିଶା ଉପଲବ୍ଧ ହେଉଛି ତାହା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖୁବ ସେବନ ହେଉଛି। ଯାହା ଦ୍ୱାରା ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହି ନିଶା ଦ୍ରବ୍ୟ ମଧ୍ୟରେ ମଦ ଓ ଗଞ୍ଜେଇ ପ୍ରମୁଖତାରେ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଦେଶରେ ନିଶା ସେବନରେ ବେଙ୍ଗାଲୁର ପ୍ରଥମ ବା ୫୪.୫% ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ସହର ରହିଛି। ଯେଉଁଠି ପ୍ରାୟ ୪୬.୩ % ନିଶା ସେବନ ହେଉଛି। ଏହା ବାଦ ଆମ ରାଜଧାନୀ ଭୁବନେଶ୍ୱର ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ ରହିଛି। ଏଠି ପ୍ରାୟ ୩୭% ନିଶା ସେବନ ହେଉଛି। ତେବେ ଦେଶର ୧୫ ଟି ରାଜ୍ୟରେ ହୋଇଥିବା ଏକ ସର୍ଭେରେ ଏହି ରିପୋର୍ଟ ସାମ୍ନା ଆସିଛି। ଯାହା ଆମ ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଚିନ୍ତାଜ୍ୱନକ ବିଷୟ। ସୂଚନା ଥାଉକି, କେମ୍ବ୍ରିଜ ପ୍ରିଜିମସ: ଗ୍ଲୋବାଲ ମେଣ୍ଟାଲ ହେଲଥରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏନେଇ ୨୦୨୨ ମାର୍ଚ୍ଚରୁ ଅକ୍ଟୋବର ମାସରେ ଦେଶର ୧୫ ଟି ରାଜ୍ୟର ଗୋଟିଏ ଲେଖାଏ ମେଡିକାଲ କଲେଜରୁ ତଥ୍ୟ ସଂଗ୍ରହ କରାଯାଇଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    46 %
    0.7kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ