Saturday, October 10, 2026
27.9 C
Odisha

    ଶିଶୁ ଆଶ୍ରୟ ଗୃହରୁ ନିଖୋଜ ସମସ୍ତ ୨୬ ନାବାଳିକା ହେଲେ ଠାବ, ୨ ଅଧିକାରୀ ନିଲମ୍ବିତ

    ଆଗକୁ ପଢନ୍ତୁ

    ଭୋପାଳ: ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ଶିଶୁ ଆଶ୍ରୟ ଗୃହରୁ ନିଖୋଜ ହୋଇଥିବା ସମସ୍ତ ୨୬ ଜଣ ନାବାଳିକାଙ୍କୁ ମଧ୍ୟପ୍ରଦେଶ ପୁଲିସ ଠାବ କରିଛି। ଏହି ମାମଲାରେ ଦୁଇ ଜଣ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଥିବା ଜଣା ପଡ଼ିଛି।
    ପୁଲିସ ସୂଚନା ଅନୁଯାୟୀ, ଆଦମପୁର ଚାୱନି ଅଞ୍ଚଳରୁ ୧୦ ଜଣ, ବସ୍ତି ଅଞ୍ଚଳରୁ ୧୩ ଜଣ, ଟପ୍‌ ନଗରରେ ୨ ଜଣ ଓ ରାଇସେନରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର)ର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଭୋପାଳ ଉପକଣ୍ଠ ପରୱାଲିଆ ଅଞ୍ଚଳରେ ଥିବା ଆଞ୍ଚଲ ବାଳିକା ଆଶ୍ରୟ ଗୃହକୁ ଅଚାନକ ପରିଦର୍ଶନ କରିବା ପରେ ୨୬ ଜଣ ନାବାଳିକାଙ୍କ ନିଖୋଜ ଘଟଣା ସାମ୍ନାକୁ ଆସିଥିଲା। ଆଶ୍ରୟ ଗୃହର ରେଜିଷ୍ଟର ଯାଞ୍ଚ କରିବା ପରେ ଅଧ୍ୟକ୍ଷ କାନୁନଗୋ ଜାଣିବାକୁ ପାଇଥିଲେ ଯେ ଏଠାରେ ୬୮ ଜଣ ଯୁବତୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣ ନିଖୋଜ ଅଛନ୍ତି। ଏହି ଯୁବତୀମାନେ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରୁ ଆସିଥିଲେ।

    ଏନସିପିସିଆରର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋଙ୍କ କହିବା ଅନୁସାରେ, ଶିଶୁ ଆଶ୍ରୟ ଗୃହ ପରିଚାଳନା କରୁଥିବା ଜଣେ ମିଶନାରୀ କିଛି ପିଲାଙ୍କୁ ରାସ୍ତାରୁ ଉଦ୍ଧାର କରି ବିନା କୌଣସି ଲାଇସେନ୍‌ସରେ ଏହି ଆଶ୍ରୟ ଗୃହ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଦ୍ଧାର ହୋଇଥିବା ନାବାଳିକାମାନଙ୍କୁ ଗୁପ୍ତ ଭାବରେ ଘରେ ରଖାଯାଇଥିଲା ଏବଂ ସେମାନଙ୍କୁ ଖ୍ରୀଷ୍ଟ ଧର୍ମ ପାଳନ କରିବାକୁ ବାଧ୍ୟ କରା ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ