Sunday, September 6, 2026
23.6 C
Odisha

    ମାଳଦ୍ବୀପ ମନ୍ତ୍ରୀଙ୍କ ଭାରତ ବିରୋଧୀ ବୟାନକୁ ନେଇ ବଡ଼ ବିବାଦ, ଆପତ୍ତି ଜଣାଇଲା ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମାଳଦ୍ୱୀପର ମନ୍ତ୍ରୀ ମରିୟମ ସିଉନା ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ଅପମାନଜନକ ମନ୍ତବ୍ୟ କୁ ନେଇ ଭାରତ ଆନୁଷ୍ଠାନିକ ଭାବେ ମାଳଦ୍ବୀପ ସରକାରଙ୍କ ନିକଟରେ ନିଜର ଉଦବେଗ ଜଣାଇଛି। ମାଳଦ୍ୱୀପର ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ସିଉନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯଦିଓ ସିଉନା ତାଙ୍କ ଟୁଇଟ୍ ଡିଲିଟ୍ କରିଛନ୍ତି, କିନ୍ତୁ ଏହି ଘଟଣା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି କରିଛି। ମାଳଦ୍ୱୀପର ମନ୍ତ୍ରୀ ପଦକୁ ନେଇ ମାଲେସ୍ଥିତ ଭାରତୀୟ ହାଇ କମିଶନ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୀବ୍ର ଆପତ୍ତି ଉଠାଇଛନ୍ତି। ସେପଟେ ମାଳଦ୍ୱୀପ ସରକାର ମନ୍ତ୍ରୀଙ୍କ ବୟାନରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ମନ୍ତ୍ରୀଙ୍କ ବୟାନକୁ ବ୍ୟକ୍ତିଗତ ବୋଲି କହିଛନ୍ତି । ଏପରିକି ମାଳଦ୍ୱୀପ ମରିୟମ୍ ସିଉନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

    ମାଳଦ୍ୱୀପ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ବିଷୟରେ ସରକାର ଅବଗତ ଅଛନ୍ତି। ଏହି ମତାମତ ବ୍ୟକ୍ତିଗତ ଏବଂ ମାଳଦ୍ୱୀପ ସରକାରଙ୍କ ମତାମତକୁ ପ୍ରତିନିଧିତ୍ୱ କରେ ନାହିଁ। ସରକାର ବିଶ୍ୱାସ କରନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଗଣତାନ୍ତ୍ରିକ ଏବଂ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରାଯିବା ଉଚିତ ଏବଂ ଏପରି ଭାବରେ ବ୍ୟବହାର କରାଯିବା ଉଚିତ ଯାହା ମାଳଦ୍ୱୀପ ଏବଂ ଏହାର ଅନ୍ତର୍ଜାତୀୟ ସହଯୋଗୀମାନଙ୍କ ମଧ୍ୟରେ ଘୃଣା, ନକାରାତ୍ମକତା ପ୍ରସାର କରିବ ନାହିଁ କିମ୍ବା ଘନିଷ୍ଠ ସମ୍ପର୍କରେ ବାଧା ସୃଷ୍ଟି କରିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    91 %
    1.2kmh
    12 %
    Sun
    31 °
    Mon
    31 °
    Tue
    31 °
    Wed
    30 °
    Thu
    28 °

    ସମ୍ବନ୍ଧିତ