Saturday, October 10, 2026
24.4 C
Odisha

    ପରିବହନ ଆଇନ ଫୁ: ଅଟୋରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଶିଶୁ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ସଡ଼କରେ ଦୁର୍ଘଟଣା ହ୍ରାସ କରିବା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ପରିବହନ ଆଇନ ଲାଗୁ କରିବା ସହ ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି। ସଡ଼କରେ ଚାଲୁଥିବା ଗାଡ଼ି ଗୁଡିକ ପରିବହନ ଆଇନକୁ ଫୁ କରି ବେଆଇନ ଭାବେ ବେପରୁଆ ଗାଡ଼ି ଚାଳନା କରୁଥିବା ଦୃଶ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସଡ଼କ ସୁରକ୍ଷା ସପ୍ତାହ ପାଳନ ସହ ବିଭିନ୍ନ ସ୍ଥାନରେ ଶିକ୍ଷାଅନୁଷ୍ଠାନ, ସଂଗଠନ, ସହର ଗଳି କାନ୍ଦିରେ ବ୍ୟାପକ ସଚେତନତା ଚାଲିବା ସତ୍ତ୍ୱେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ପରିବହନ ଆଇନକୁ ଫୁ କରି ବେଫିକର ଭାବେ ଗାଡି ଚାଳନା କରୁଥିବା କନ୍ଧମାଳ ଜିଲ୍ଲାରେ ଦେଖୁବାକୁ ମିଳିଛି।
    ଅଟୋରେ ନିର୍ଦ୍ଧାରିତ ଯାତ୍ରୀଙ୍କ ଠାରୁ ଦୁଇଗୁଣ ଯାତ୍ରୀଙ୍କୁ ବସେଇ ବିପଦଶଙ୍କୁଳ ଅବସ୍ଥାରେ ରାସ୍ତାରେ ଚାଲିଥିବା ଦୃଶ୍ୟ ଦେଖୁବାକୁ ମିଳିଛି। ଖାଲି ନିର୍ଧାରିତ ଯାତ୍ରୀଙ୍କ ଠାରୁ ଦୁଇଗୁଣ ଯାତ୍ରୀ ନୁହନ୍ତି। ବରଂ ଅଟୋ ପଛପଟେ କୋମଳମତି ଶିଶୁଙ୍କୁ ବିପଦଶଙ୍କୁଳ ଅବସ୍ଥାରେ ବସେଇ ପରିବହନ କରିବା ଦୃଶ୍ୟ ଦେଖିବାକୁ ମିଳୁଛି। ସାମାନ୍ୟ କିଛି ଅର୍ଥ ଲୋଭରେ କୋମଳମତି ଶିଶୁଙ୍କୁ ମରଣ ମୁହଁକୁ ଠେଲି ଦିଆଯିବା ଭଳି କାର୍ଯ୍ୟ କରୁଛନ୍ତି ଗାଡ଼ିଚାଳକ। ଏହିଭଳି ବେପରୁଆ ଏବଂ ବେନିୟମ ଗାଡି ଚାଳନାରେ ଲିପ୍ତ ଥିବା ଗାଡ଼ି ଚାଳକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ