Wednesday, September 23, 2026
24.9 C
Odisha

    ପ୍ରେମିକା ଲରେନ୍ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ଜେଫ୍ ବେଜୋସ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା ଲରେନ୍ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହ କଲୋରାଡୋର ଆସ୍ପେନରେ ଅନୁଷ୍ଠିତ ହେବ ଏବଂ ଏହା ସବୁଠାରୁ ଭବ୍ୟ ବିବାହ ହେବ ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ, ଏହି ବିବାହପାଇଁ ୬୦୦ ମିଲିୟନ ଡଲାର ଅର୍ଥାତ ୫୦୯୬ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜଙ୍କ ବିବାହ ଆସନ୍ତା ଶନିବାର ଅନୁଷ୍ଠିତ ହେବ। ତେବେ ବେଜୋସ୍ କିମ୍ବା ସାଞ୍ଚେଜଙ୍କ ପକ୍ଷରୁ ବିବାହ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ ।

    ବିବାହରେ ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ଯୋଗ ଦେବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିବାହରେ ବିଲ୍ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓ ଏବଂ ଜୋର୍ଡାନର ରାଣୀ ରାନିଆଙ୍କ ଭଳି ସେଲିବ୍ରିଟି ଯୋଗ ଦେଇପାରନ୍ତି ।

    ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ପାଇଁ ପାର୍ଟି ଯୋଜନାକାରୀମାନଙ୍କୁ ଏକ ନନ୍-ଡିସ୍କ୍ଲୋଜର ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିଛି, ଯାହା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ବିବରଣୀ ସାର୍ବଜନୀନ କରିପାରିବେ ନାହିଁ । ଆସ୍ପେନରେ ଆୟୋଜିତ ଏହି ବିବାହକୁ ସ୍ବତନ୍ତ୍ର କରିବା ପାଇଁ ସାରା ବିଶ୍ୱରୁ ବଛାବଛା ଜିନିଷ ମଗାଯିବ ।

    ଆସ୍ପେନ୍ ୱେଡିଂ ପ୍ଲାନର କହିଛନ୍ତି ଯେ ଏହି ଦମ୍ପତିଙ୍କ ପ୍ରିୟ କେକ୍ ପ୍ୟାରିସରୁ ଅଣାଯିବ, ହେୟାର ଷ୍ଟାଇଲିଷ୍ଟଙ୍କୁ ନ୍ୟୁୟର୍କରୁ ଅଣାଯିବ ଏବଂ ସେମାନଙ୍କ ପ୍ରିୟ ମ୍ୟୁଜିକ୍ ବ୍ୟାଣ୍ଡ ଏହି କାର୍ଯ୍ୟକ୍ରମରେ ସଂଙ୍ଗୀତ ପରିବେଷଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.9 ° C
    24.9 °
    24.9 °
    94 %
    4.5kmh
    100 %
    Wed
    25 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ