Saturday, September 6, 2025
30.9 C
Odisha

    ଭୁବନେଶ୍ୱର ଷ୍ଟେସନରେ ଲାଗିଲା ଅମୃତ ଭାରତ ଏକ୍ସପ୍ରେସ ।ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ

    ଆଗକୁ ପଢନ୍ତୁ

    ଓଡ଼ିଶାରେ ଅମୃତ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭିଡିଓ କନ୍ଫରେନ୍ସିଂ ଜରିଆରେ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଗୋଟିଏ ଟ୍ରେନ ଦରଭଙ୍ଗାରୁ ବାହାରି ଅଯୋଧ୍ୟା ଧାମ ଦେଇ ଆନନ୍ଦବିହାରରେ ପହଞ୍ଚିବ । ଅନ୍ୟଟି ମାଲଦା ଟାଉନରୁ ବାଙ୍ଗାଲୁରୁ ଅଭିମୁଖେ ଚାଲିଛି । ଏହି ଟ୍ରେନ୍ ୫ଟି ରାଜ୍ୟ ଦେଇ ଗତି କରିବ, ଏହା ମଧ୍ୟରେ ଓଡ଼ିଶା ରହିଛି । ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ପରେ ବ୍ରହ୍ମପୁର ଦେଇ ଚାଲିବ ଟ୍ରେନ ।ପ୍ରତି ରେଳ ଷ୍ଟେସନରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନକୁ ସ୍ୱାଗତ କରୁଛନ୍ତି । ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରେ ଅମୃତ ଭାରତ ଟ୍ରେନକୁ ସ୍ୱାଗତ କରିଛନ୍ତି । ଅମୃତ ଭାରତ ଏକ୍ସପ୍ରେସ୍ ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତମାନର ଲଗେଜ ୟାର୍କ, ଏଲଇଡି ଲାଇଟ୍, ସିସିସିଟି ଭଳି ସୁବିଧା ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    64 %
    1.2kmh
    58 %
    Sat
    30 °
    Sun
    30 °
    Mon
    29 °
    Tue
    31 °
    Wed
    31 °

    ସମ୍ବନ୍ଧିତ