Friday, May 16, 2025
32.9 C
Odisha

ସକାଳୁ ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର; ୧୫ ମିନିଟରେ ୨ ଥର ଝଟକା

ଆଗକୁ ପଢନ୍ତୁ

ମଙ୍ଗଳବାର ସକାଳେ ଜମ୍ମୁ କଶ୍ମୀରର ବାରାମୁଲ୍ଲା ଏବଂ ପୁଞ୍ଚରେ ଲଗାତାର ଦୁଇଥର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ଥିଲା । ସୂଚନା ଅନୁଯାୟୀ, ସକାଳ ୬ଟା ୪୫ ରେ ପ୍ରଥମେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଶୋଇଥିବା ଲୋକମାନେ ଉଠି ସମସ୍ତେ ନିଜ ଘରୁ ବାହାରି ଆସିଥିଲେ। ଭାଗ୍ୟବଶତଃ ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ।ଥରିଲା କଶ୍ମୀର ଘାଟି । ଲଗାତାର ୨ ଥର ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା । ଆଜି ସକାଳୁ ଜମ୍ମୁ କଶ୍ମୀରର ପୁଞ୍ଚ ଓ ବାରାମୁଲ୍ଲା ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ସୂଚନା ମୁତାବକ, ଆଜି ବାରାମୁଲ୍ଲାରେ ସକାଳ ୬.୪୫ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବାରାମୁଲ୍ଲା ଠାରୁ ୭୪ କିଲୋମିଟର ଦୂରରେ ଭୂମି ତଳେ ପାଞ୍ଚ କିଲୋମିଟର ଗଭୀରତାରେ ଥିଲା। ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଥିଲା। ଦ୍ୱିତୀୟ ଭୂକମ୍ପ ୬ଟା ୫୨ ମିନିଟରେ ହୋଇଥିଲା । ​​ଏହାର କେନ୍ଦ୍ର ମଧ୍ୟ ବାରାମୁଲ୍ଲା ଠାରୁ ୭୪ କିଲୋମିଟର ଦୂରରେ ଥିଲା । ଏହାର ତୀବ୍ରତା ୪.୮ ରେ ରେକର୍ଡ କରାଯାଇଥିଲା।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
32.9 ° C
32.9 °
32.9 °
44 %
0.7kmh
98 %
Fri
41 °
Sat
41 °
Sun
42 °
Mon
40 °
Tue
39 °

ସମ୍ବନ୍ଧିତ