Sunday, September 27, 2026
23.6 C
Odisha

    ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ: ୫ ଦୋଷୀଙ୍କୁ ଅଦାଲତ ହେଲେ ଫାଶୀ ଦଣ୍ଡ

    ଆଗକୁ ପଢନ୍ତୁ

    ଆନନ୍ଦପୁର: ବହୁଚର୍ଚ୍ଚିତ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହତ୍ୟାକାଣ୍ଡରେ ସଂପୃକ୍ତ ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ସଞ୍ଜୟ ପୃଷ୍ଟି ଓରଫ ଚିନୁ, ନିର ପୃଷ୍ଟି ଓରଫ ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି ଓ ଦୋଳ ବୋଇତେଇ। ଘଟଣା ସମୟରେ ପ୍ରମୋଦ ଦାସ ନାବାଳକ ଥିବାରୁ ବିଚାରଧୀନ କାରାଗାରରେ ଅଛନ୍ତି।ମାମଲାରୁ ଜଣାଯାଏ ଯେ, ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ରାତି ୧୦ଟାରେ ଧରଣୀଧର ମହାବିଦ୍ୟାଳୟର ପୂର୍ବତନ ସଭାପତି, ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ରେ ଘସିପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକିଆଣି ସଂଘବଦ୍ଧ ଭାବେ ହାତ ଗୋଡକୁ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ରାମଚନ୍ଦ୍ରଙ୍କ ଗୋଟିଏ ହାତକୁ କାଟି ନେଇ ନିକଟସ୍ଥ ପୋଖରୀକୁ ଫିଙ୍ଗି ଦେଇଥିଲେ। ମାର୍ଚ୍ଚ ୨୬ରେ ରାମଚନ୍ଦ୍ର ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ନବୀନ ନିବାସରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ