Sunday, October 18, 2026
21.4 C
Odisha

    ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ପୁଲକିତ୍-କ୍ରିତି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ ଯୋଡି ପୁଲକିତ୍ ସମ୍ରାଟ ଓ କ୍ରିତି ଖରବନ୍ଦା । ଗତ କିଛି ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଦୁହିଁଙ୍କ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହେବାରେ ଲାଗିଛି। କାର୍ଡ ଦେଖିବା ପରେ ଦୁହିଁଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଦେବା‌ ଆରମ୍ଭ କରିଛନ୍ତି।କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟଙ୍କ ବିବାହ କାର୍ଡ ବିଷୟରେ କହିବାକୁ ଗଲେ ଏଥିରେ ଦୁଇ ଜଣ ପୁରୁଷ ଓ ମହିଳା ଚେୟାରରେ ବସିଥିବାର ନଜର ଆସିଛନ୍ତି। ଘରର ବାଲକୋନିରେ ଦୁହେଁ ବସିଥିବା ବେଳେ ପୁରୁଷଜଣକ ହାତରେ ଗିଟାର ଧରି ବସିଛନ୍ତି ଏବଂ ମହିଳାଜଣକ ତାଙ୍କ ସହ ବସି ବାହାରକୁ ଦେଖୁଛନ୍ତି। ତାଙ୍କ ଚାରିପାଖରେ ତାଙ୍କର କୁକୁରମାନେ ବସିଥିବା ଦେଖାଯାଇଛି। କାର୍ଡର ଉପରେ ଲେଖା ଯାଇଛି ଯେ, ମୋ ସ୍କ୍ବାଡ ସହ ଜୀବନର ବଡ଼ ଦିନକୁ ପାଳନ କରିବା ପାଇଁ ଅପେକ୍ଷା କରିପାରିବି ନାହିଁ। ପୁଲକିତ ଏବଂ କ୍ରିତି।

    ପୁଲକିତ ଏବଂ କ୍ରିତି ଏପର୍ଯ୍ୟନ୍ତ ବିବାହ ତାରିଖ ପ୍ରକାଶ କରିନାହାଁନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଦମ୍ପତି ମାର୍ଚ୍ଚ ୧୩ରେ ସାତଫେରା ନେବେ। ତେବେ ଏପର୍ଯ୍ୟନ୍ତ ଦୁହେଁ ବିବାହ ତାରିଖକୁ ନେଇ ନିରବତା ବଜାୟ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ