Friday, October 18, 2024
29.5 C
Odisha

    କେଉଁଠି ଖୁସି, କେଉଁଠି ନିରାଶ: ଆଉ ୪୦ ଲକ୍ଷ ୪୯ ହଜାର ମହିଳାଙ୍କୁ କେବେ ମିଳିବ ସୁଭଦ୍ରା ଟଙ୍କା?

    ଆଗକୁ ପଢନ୍ତୁ

    ମହିଳାଙ୍କ ଖାତାକୁ ଆସିଛି ସୁଭଦ୍ରା ଟଙ୍କା । ବାରିପଦା ସମାବେଶରୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବଣ୍ଟନ ପାଇଁ ବାରିପଦା ଛଉ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିସାରିଛନ୍ତି। ତେବେ ଯେଉଁମାନେ ଏହି ପର୍ଯ୍ୟାୟରେ ସାମିଲ ହେବେ ନାହିଁ ସେମାନଙ୍କୁ ନିରାଶ ନହେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

    ହେଲେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବା ପରେ ଯେଉଁମାନଙ୍କୁ ଟଙ୍କା ମିଳିନି ସେମାନେ ନିରାଶ ହୋଇଛନ୍ତି । ଦୁଇଟି କିସ୍ତିରୁ ବାଦ ପଡିବା ପରେ ସେମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆଉ ନିରାଶ ହୋଇ କହିଛନ୍ତି ଆମେ ଆବେଦନ କରିଛୁ ହେଲେ ଆମକୁ ଟଙ୍କା ଆସିନି । ତଥାପି କିଛି ମହିଳା ଏବେ ବି ଆଶାରେ ରହିଛନ୍ତି ଟଙ୍କା ନିଶ୍ଚିତ ଆସିବ । ସେହିପରି ଯେଉଁ ମହିଳାମାନେ ପାଇଛନ୍ତି ସେମାନେ ବେଶ ଖୁସି ଅଛନ୍ତି । ଆଉ ସୁଭଦ୍ରା ଟଙ୍କାରେ କିଏ କହୁଛନ୍ତି ବ୍ୟବସାୟ କରିବେ ତ କିଏ ଛେଳି, ସିଲେଇ ମେସିନ କିଣି ନିଜ ବ୍ୟବସାୟକୁ ଆଗକୁ ବଢାଇବ । ହେଲେ ସବୁଠାରୁ ବଡ କଥା ହେଉଛି ସୁଭଦ୍ରା ଯୋଜନାରେ ଏଯାଏଁ ୧ କୋଟି ୬୦ ହଜାର ମହିଳା ପଞ୍ଜିକରଣ କରିଛନ୍ତି ହେଲେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି । ତେବେ ପ୍ରଶ୍ନ ଉଠୁଛି ଆଉ ୪୦ ଲକ୍ଷ ୪୯ ହଜାର ମହିଳାଙ୍କୁ କେବେ ମିଳିବ ଟଙ୍କା?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ