Wednesday, October 23, 2024
21.7 C
Odisha

    କୋଟିଆ ଦଖଲ ପାଇଁ ଆନ୍ଧ୍ରର ନୂଆ ଚାଲ୍! ଭୋଟରଙ୍କୁ ଦେଉଛି ମନଲୋଭା ଅଫର । ସବୁଜାଣି ଓଡିଶାର ପ୍ରଶାସନ ନୀରବ

    ଆଗକୁ ପଢନ୍ତୁ

    ଓଡ଼ିଶାରେ ବଢୁଛି ଆନ୍ଧ୍ର ଭୋଟରଙ୍କ ସଂଖ୍ୟା । ଆନ୍ଧ୍ର- ଓଡ଼ିଶା ସୀମାନ୍ତ କୋଟିଆରେ ଆନ୍ଧ୍ରପ୍ରଦେଶର ଭୋଟରଙ୍କ ସଂଖ୍ୟା ୧୪ ଗୁଣା ବୃଦ୍ଧି ପାଇଛି । ଦୁଇ ବର୍ଷ ତଳେ ୨୦୨୧ ପଞ୍ଚାୟତ ନିର୍ବାଚନରେ ମାତ୍ର ୪୧୭ ଜଣ ଭୋଟର ଥଲେ । କିନ୍ତୁ ୨୦୨୩ ଡିସେମ୍ବର ସୁଦ୍ଧା ବିବାଦୀୟ କୋଟିଆରେ ଆନ୍ଧ୍ର ଭୋଟରଙ୍କ ସଂଖ୍ୟା ହଠାତ୍ ୬ ହଜାର ୨୧୮ରେ ପହଞ୍ଚିଛି । ସେଥିରୁ ୮୦ ପ୍ରତିଶତ ମତଦାନ କରାଇବାକୁ ଲକ୍ଷ୍ୟ ରଖିଛି ଆନ୍ଧ୍ର । ଏଥିପାଇଁ ଆନ୍ଧ୍ର ଅଧିକାରୀ କୋଟିଆରେ ଅନୁପ୍ରବେଶ ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ନଜରକୁ ଆସିଛି । କୋଟିଆ ପଞ୍ଚାୟତରେ ବୁଥ୍ ସଂଖ୍ୟା ୩ରୁ ୭ରୁ ବୃଦ୍ଧି କରାଯାଇଛି । ଆନ୍ଧ୍ର ପକ୍ଷରୁ ପ୍ରକାଶିତ ଭୋଟର ତାଲିକା ଥିବା ବ୍ୟକ୍ତିମାନେ ଓଡ଼ିଶାର ଲୋକେ । ସେମାନେ ଓଡ଼ିଶାର ସବୁ ନିର୍ବାଚନରେ ମତଦାନ କରିଆସୁଛନ୍ତି । ତେଣୁ ଦ୍ୱିତୀୟ ଥର ପାଇଁ ଆନ୍ଧ୍ର ଭୋଟର ଲିଷ୍ଟରେ ସେମାନଙ୍କ ନାମ ଯୋଡିଛି । ଆଉ ଧରାନପଡିବା ପାଇଁ ଅତି ଚତୁରତାର ସହ ପଥମେ ନାମ ବଦଳରେ ସାଙ୍ଗିଆ ଏବଂ ନାମ ରଖଯାଇଛି । ଏହି ଅଞ୍ଚଳରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ଆନ୍ଧ୍ର । ଗୋଟିଏ ଦିନରେ ଆନ୍ଧ୍ର ଅଧିକାରୀ ଦୁଇଟି ପୃଥକ୍ କାର୍ଯ୍ୟକ୍ରମ ଜରିଆରେ ଭୋଟରଙ୍କୁ ଆନ୍ଧ୍ର ପାଇଁ ଭୋଟ ଦେବାକୁ ପ୍ରବର୍ତ୍ତାଇଥିବା କୁହାଯାଉଛି । କୋଟିଆରୁ ଯେତେ ଅଧିକ ଭୋଟର ଆନ୍ଧ୍ର ପାଇଁ ଭୋଟ ଦେବେ, କୋଟିଆ ଉପରେ ଅଧିକାର ସାବ୍ୟସ୍ତ କରିବା ସେତିକି ସହଜ ହୋଇ ପାରିବାର ଲକ୍ଷ ରଖି ଆନ୍ଧ୍ର ଏଭଳି ପନ୍ଥା ଆପଣାଇଥିବା କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ