Friday, October 9, 2026
30.5 C
Odisha

    ଆଉ ୯ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ଆଜି ଆଉ ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥର ଜଣେ ମନ୍ତ୍ରୀ ଓ ୨ ବିଧାୟକ ତାଙ୍କ ଟିକେଟ ବଜାୟ ରଖିଛନ୍ତି। ଆଉ ୬ଟି ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇଛି। ୩୯ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ମନ୍ତ୍ରୀ ଶାରଦା ନାୟକ ତାଙ୍କ ନିଜ ଗଡ଼ ରାଉରକେଲାରୁ ପୁଣି ଲଢ଼ିବେ। ଆଉ ଦୁଇ ଜଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ତୁଷାରକାନ୍ତି ବେହେରାଙ୍କ ଟିକେଟ ଏ ଯାଏ ଝୁଲିଛି। ବାଲେଶ୍ବର ବିଧାୟକ ସ୍ବରୂପ ଦାସ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ନିଜ ନିଜ ଆସନରେ ଟିକେଟ ପାଇଛନ୍ତି। ବାକି ୬ଟି ଆସନରେ ବିଜେଡି ପ୍ରାର୍ଥୀ ବଦଳାଇଛି। ରେଙ୍ଗାଲିରେ ସୁଦର୍ଶନ ହରିପାଲ, କେନ୍ଦୁଝରରେ ମୀନା ମାଝୀ ଓ ରାଇରଙ୍ଗପୁରରେ ରାଇସିନ ମୁର୍ମୁ ପ୍ରା‌ର୍ଥୀ ହୋଇଛନ୍ତି। ଏହି ତିନିଟି ନିର୍ବାଚନମଣ୍ଡଳୀରେ ଗତ ଥର ବିଜେଡି ହାରିଯାଇଥିଲା। ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଅରବିନ୍ଦ ଢାଲି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି।ସେଠାରେ ବିଜେଡି ନୂଆ ପ୍ରାର୍ଥୀ ଭାବେ ନବକିଶୋର ମଲ୍ଲିକଙ୍କୁ ମଇଦାନକୁ ଓହ୍ଲାଇଛି। ବୀରମିତ୍ରପୁରରେ ବିଜେଡି ରୋହିତ ଯୋଶେଫ୍‌ ତିର୍କୀଙ୍କୁ ପ୍ରାର୍ଥୀ କରିଛି।
    ଗତ ଥର ଏଠାରେ କଂଗ୍ରେସ ପ୍ରାର୍ଥୀ ଥିବା ରୋହିତ ଦୁଇ ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେଡି ଏଠାରେ ଭରସା କରିଛି। ଗତ ଥର ଏହି ଆସନଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେପି ଛାଡ଼ି ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ଦଳ ବାରବାଟୀ-କଟକରେ ପ୍ରାର୍ଥୀ କରାଯାଇଛି। ଏହି ଆସନଟି ୨୦୧୯ରେ କଂଗ୍ରେସ ଦଖଲ କରିଥିଲା। ଗତ ଥର ଏଠାରେ ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ ହୋଇଥିଲେ। ସେ ଏଥର ଦାବିଦାର ଥିଲେ ମଧ୍ୟ ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇସାରିଛି। କିଛି ଆସନରୁ ନେଇ ଏତେମାତ୍ରାରେ ବିବାଦ ରହିଛି ଯେ ବିଜେଡି ଶୀର୍ଷ ନେତୃତ୍ବ ଅକଳରେ ପଡ଼ିଯାଇଛନ୍ତି। ନବୀନ ନିବାସ ଓ ଶଙ୍ଖ ଭବନରେ ଟିକେଟ ଚୂଡ଼ାନ୍ତ କରିବାକୁ ଦିନରାତି କସରତ ଚାଲିଛି। ସେଥିରୁ ଯେତିକି ଯେତିକି ଅଡ଼ୁଆ ତୁଟୁଛି, ସେତିକିରେ ପ୍ରାର୍ଥୀ ଘୋଷଣା ଚାଲିଛି। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସବୁତକ ପ୍ରାର୍ଥୀ ଘୋଷଣା କରିବାକୁ ଦଳ ଲକ୍ଷ୍ୟ ରଖିଛି। ଫଳ‌ରେ ପ୍ରଚାର ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସମୟ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ