Friday, October 9, 2026
29 C
Odisha

    କଣିହାଁ ଏନଟିପିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

    ଆଗକୁ ପଢନ୍ତୁ

    କଣିହାଁ: ଆଜି ସକାଳେ ଏନଟିପିସି କଣିହାଁ ପ୍ଲାଣ୍ଟର ଷ୍ଟେଜ (୨) ସିଏଚପି ଏରିଆରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଟିପି ୧୫ରୁ ଟିପି ୧୬ ମଧ୍ୟରେ କନଭରବେଲ୍ଟ, ଲୁହାପୁଲି, ଟେକପ ଓ ମୋଟର ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଖବରପାଇ ଏନଟିପିସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଏନଟିପିସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଏନଟିପିସି ଅଗ୍ନିଶମ ବିଭାଗ ଓ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଯନ୍ତ୍ରାଂଶ ପୋଡ଼ିପାଉଁଶ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିବିଶେଷଙ୍କର କ୍ଷତି ହୋଇନାହିଁ।କେଉଁ କାରଣରୁ ନିଆଁ ଲାଗିଲା, ତାର ଅନୁଧ୍ୟାନ କରାଯାଉଛି ଏବଂ ଖୁବ୍ ଶୀଘ୍ର ମରାମତି କାମ ଆରମ୍ଭ ହେବ ବୋଲି ଏନଟିପିସିର ମାନବସମ୍ବଳ ବିଭାଗର ମୁଖ୍ୟ ବି.କେ.ପାଣ୍ଡେ ପ୍ରେସ୍ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ