Monday, October 5, 2026
29.1 C
Odisha

    ବିଜେପିରେ ଯୋଗଦେବା ପରେ ଅଭିନେତା ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର: ଗାଇଲେ ହନୁମାନ ଚାଳିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେପିରେ ଯୋଗଦେବା ପରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଭିନ୍ନ ଅବତାର ସାମ୍ନାକୁ ଆସିଛି। ହନୁମାନ ଜୟନ୍ତୀ ପୂର୍ବରୁ ସେ ଗାଇଛନ୍ତି ହନୁମାନ ଚାଳିଶା। ଅନୁଭବ ମହାନ୍ତି ହନୁମାନ ଚାଳିଶା ଗାଉଥିବାର ଏକ ନୂଆ ଭିଡିଓ ରିଲିଜ୍ ହୋଇଛି। ସୋନି ମ୍ୟୁଜିକ୍ ଏହି ମ୍ୟୁଜିକ୍ ଭିଡିଓକୁ ରିଲିଜ୍ କରିଛନ୍ତି। ଜାଗ୍ରତି ଶୁକ୍ଲା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି। ଓଡ଼ିଆ ସିନେମା ବିଗୁଲ୍ ଫେମ୍ ଅଜୟ ପାଢ଼ୀ ଏହାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ବିଜେପିରେ ମିଶିବା ପରେ ଅନୁଭବଙ୍କ ଠାରେ ହିନ୍ଦୁତ୍ୱର ଛାପ ଦେଖିବାକୁ ମିଳୁଛି। ପୂର୍ବରୁ ହନୁମାନ ଚାଳିଶା ଗୀତର ପୋଷ୍ଟର ରିଲିଜ୍ କରି ଜୟ ଶ୍ରୀରାମ ଲେଖି ପୋଷ୍ଟ ସେୟାର କରିଥିଲେ ଅନୁଭବ। ଆଉ ଏବେ ସାମ୍ନାକୁ ଆସିଛି ହନୁମାନ ଚାଳିଶା ଭିଡିଓ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ