Tuesday, September 22, 2026
23.6 C
Odisha

    ଗର୍ଭବତୀ ଥିବାର ଚର୍ଚ୍ଚାକୁ ବଢ଼ାଇଲା ଅନୁଷ୍କାଙ୍କ ଇନଷ୍ଟା ଭିଡିଓ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ହେଲେ ବାରମ୍ବାର ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି, ଯାହା ସେ ଗର୍ଭବତୀ ଥିବା ନେଇ ପ୍ରମାଣ ଦେଉଛି। ପୂର୍ବରୁ କିଛି ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଅନୁଷ୍କା ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ସେ ଗର୍ଭବତୀ ଥିବା ଚର୍ଚ୍ଚାକୁ ବଢ଼ାଇଛି।ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ଗର୍ଭବତୀ ପରୀକ୍ଷା କିଟର ଏକ ବିଜ୍ଞାପନ ପୋଷ୍ଟ କରିଛନ୍ତି। ପ୍ରେଗା ନିଉଜର ବିଜ୍ଞାପନ ସେୟାର କରିବା ପ‌ରେ ଅନୁଷ୍କା ଇଶାରାରେ ଗର୍ଭବତୀ ଥିବା ବିଷୟରେ ସ୍ପଷ୍ଟ କରିଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।ଅନୁଷ୍କା ଶର୍ମାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଖୁବ୍ ଶୀଘ୍ର ଫିଲ୍ମ ‘ଚକଡା ଏକ୍ସପ୍ରେସ’ରେ ନଜର ଆସିବେ। ଏହି ଚଳଚ୍ଚିତ୍ର ସହିତ ଦୀର୍ଘ ସମୟ ପରେ ଅନୁଷ୍କା ପରଦାକୁ ଫେରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଅନୁଷ୍କା ଶର୍ମାଙ୍କୁ ଶେଷ ଥର ପାଇଁ ୨୦୧୮ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.6 ° C
    23.6 °
    23.6 °
    96 %
    1.5kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ