Sunday, October 4, 2026
29.6 C
Odisha

    ନିର୍ବାଚନ ଲଢ଼ିବା ପାଇଁ ୬୦ବର୍ଷ ବୟସରେ ବିବାହ କଲେ ଅନେକ ଅପରାଧିକ ଘଟଣାରେ ସମ୍ପୃକ୍ତ ଥିବା ଅଶୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରର ନୱାଦାସ୍ଥିତ ନାଳନ୍ଦା ଅଞ୍ଚଳରେ ବସବାସ କରୁଥିବା ବାହୁବଳୀ ଅଶୋକ ମହତୋ ୬୦ ବର୍ଷ ବୟସରେ ବିବାହ କରିଛନ୍ତି। ଅଶୋକ ମହତୋ ଚଳିତ ଥର ବିହାରର ମୁଙ୍ଗେର ଲୋକସଭା ନିର୍ବାଚନମଣ୍ଡଳୀରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି। କିନ୍ତୁ ସେ ଭୟ କରୁଛନ୍ତି ଯେ ତାଙ୍କ ନାମାଙ୍କନ ବାତିଲ ନହୋଇଯାଉ। ତେଣୁ ସେ ଗତ ମଙ୍ଗଳବାର ଅନୀତା ଦେବୀଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପାଇଁ ଏବେ କୌଣସି ଶୁଭ ମୁହୂର୍ତ୍ତ ନଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଅଶୋକ ମହତୋ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଧର୍ମପତ୍ନୀ ଅନୀତା ମହାମେଣ୍ଟର ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରିବେ। ଦିନ,ବାର, ତିଥି ନଦେଖି ଏତେ ବ୍ୟସ୍ତ ହୋଇ ବିବ‌ାହ କରିବା ଘଟଣାକୁ ନେଇ ଅଶୋକ କହିଛନ୍ତି, ମୁଁ ଆରଜେଡ଼ିରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ସେଥିପାଇଁ ତରବର ହୋଇ ଏହି ବିବାହ କରିଛି।

    ଉଲ୍ଲେଖଯୋଗ୍ୟ, ୧୯୯୦ ଦଶକରେ ଅଶୋକ ମହତୋ ଏବଂ ଅଖିଳେଶ ସିଂ ଗୋରୋହଙ୍କ ନୱାଦା, ନାଳନ୍ଦା ଏବଂ ଶେଖପୁରା ଅଞ୍ଚଳରେ ଯଥେଷ୍ଟ ପ୍ରାଧାନ୍ୟ ଥିଲା। ୨୦୦ ରୁ ଅଧିକ ଗାଁ ଏମାନଙ୍କ ଦ୍ବାରା ପ୍ରଭାବିତ ହୋଇଥିଲା। ଜେଲ ବ୍ରେକ ଦୁର୍ନୀତି ସମେତ ଅଶୋକ ମହତୋଙ୍କ ବିରୋଧ ଅନେକ ହତ୍ୟାକାଣ୍ଡ ମାମଲା ରହିଛି। ୨୦୦୨ରେ ଜେଲ ବ୍ରେକ୍ ମାମଲାରେ ଅଶୋକ ମହତୋଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧୭ ବର୍ଷ ପରେ ୨୦୨୩ ଡିସେମ୍ବରରେ ଅଶୋକ ମହତୋ ଜେଲରୁ ମୁକ୍ତ ହୋଇଥିଲେ। ଜେଲରୁ ବ‌ାହାରି ସେ ନିର୍ବାଚନ ଲଢ଼ିବାକୁ ନିଷତ୍ତି ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ