Saturday, July 27, 2024
24.6 C
Odisha

    ନବୀନ ନିବାସରେ ନବରଙ୍ଗପୁରର ସମୀକ୍ଷା: ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା

    ଆଗକୁ ପଢନ୍ତୁ

    ନବୀନ ନିବାସରେ ଟିକେଟ୍ କସରତ । ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଉପରେ ସମୀକ୍ଷା ହେଉଛି । ଏଥିପାଇଁ ନବୀନ ନିବାସରେ ପହଂଚିଛନ୍ତି ଜଣଙ୍କ ପରେ ଜଣେ ନେତା । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବିଧାୟକ ମନୋହର ରନ୍ଧାରୀ, ପଦ୍ମିନୀ ଦିଆନ, ପ୍ରକାଶଚନ୍ଦ୍ର ମାଝୀ, ସାଂସଦ ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ସଂସଦୀୟ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା । ଆଜି ଦିନରେ କୋରାପୁଟ ସଂସଦୀୟ କ୍ଷେତ୍ର ଉପରେ ମଧ୍ୟ ସମୀକ୍ଷା ହୋଇଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକ, ବିଧାୟକ ଓ ଆଶାୟୀ ପ୍ରାର୍ଥୀଙ୍କ ସହ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ଅତନୁ ସବ୍ୟସାଚ୍ଚୀ ନାୟକ, ଜଗନ୍ନାଥ ସାରକା ସାମିଲ ହୋଇଥିଲେ । ସେହିପରି ରବି ନନ୍ଦ, ପ୍ରୀତମ ପାଢୀ, ଭାଷ୍କର ରାଓ ଓ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପ୍ରମୁଖରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ