Saturday, January 31, 2026
24.7 C
Odisha

    ଆସାମ ରାଇଫଲ୍‌ ଯବାନଙ୍କ ଗୁଳିମାଡ଼ରେ ୬ ସହକର୍ମୀ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସାମ ରାଇଫଲ୍‌ର ଯବାନଙ୍କ ଗୁଳିରେ ୬ ଜଣ ଆହତ ହୋଇଛନ୍ତି। ମଣିପୁର ପୁଲିସ୍‌ର ସୂଚନା ମୁତାବକ ଯବାନ ଜଣକ ତାଙ୍କର ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି ମାରି ଦେଇଥିଲେ।
    ପୁଲିସ ମୁତାବକ, ମଙ୍ଗଳବାର ଦିନ ଦକ୍ଷିଣ ମଣିପୁରର ଇଣ୍ଡୋ-ମିଆଁମାର ସୀମା ନିକଟରେ ଥିବା ଏକ ବାଟାଲିୟନ କ୍ୟାମ୍ପରେ ଆସାମ ରାଇଫଲ୍ସ ଜବାନ୍ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ ଆହତ ହୋଇଥିବା ସମସ୍ତ ୬ ଜଣ ମଣିପୁରର ନୁହଁନ୍ତି ବୋଲି ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଯବାନ ଜଣକ ଜଣେ ପରେ ଜଣଙ୍କୁ ଗୁଳି ମାରିଥିବା ବେଳେ ଗୁଳିମାଡ଼ ଖାଇ ଅନ୍ୟ ଯବାନମାନେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମିଲିଟାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    32 %
    1.9kmh
    86 %
    Sat
    23 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ