Sunday, June 1, 2025
31.6 C
Odisha

    ପାକିସ୍ଥାନର ଅର୍ଥବ୍ୟବସ୍ଥାକୁ ଟପିଲା ଟାଟା, ଟାଟାର ମୋଟ ସମ୍ପତ୍ତି କେତେ ଜାଣନ୍ତୁ…

    ଆଗକୁ ପଢନ୍ତୁ

    ପାକିସ୍ତାନଠୁ ଅଧିକ ଧନୀ ଟାଟା ଗ୍ରୁପ୍ । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଟପିଯାଇଛି ଭାରତର ଟାଟା ଗ୍ରୁପ୍ । ପାକିସ୍ତାନର ମୋଟ ଜିଡିପିର ପରିମାଣ କେବଳ ୩୪୧ ଆରବ ଡଲାର ହେଇଥିବାବେଳେ, ଟାଟା ଗ୍ରୁପର ମୋଟ୍ ଅର୍ଥରାଶିର ପରିମାଣ ଏବେ ୩୬୫ ଆରବ ଡଲାରରେ ପହଞ୍ଚିଛି । ଆଉ ପାକିସ୍ତାନଠୁ ଅଧିକ ଧନୀ ହେଇଛି ଟାଟା ଗ୍ରୁପ । ଖାଲି ସେତିକି ନୁହେଁ, ଟାଟା ଗ୍ରୁପରେ ଥିବା ଟାଟା କନସଲଟାନ୍ସି ସର୍ଭିସ (ଟିସିଏସ୍)ର ବଜାର ମୂଲ୍ୟ କେବଳ ୧୭୦ ଆରବ ଡଲାରରେ ପହଞ୍ଚିଛି । ଯାହାକି ପାକିସ୍ତାନର ଅର୍ଥବ୍ୟବସ୍ଥାର ଅଧା ସହ ସମାନ । ତେବେ ଭାରତରେ ରିଲାଏନ୍ସ ପରେ ଏବେ ଏହା ଦ୍ୱିତୀୟ ବଡ କମ୍ପାନୀ ହେଇପାରିଛି । ଟାଇଟନ୍, ଟିସିଏସ୍ ଓ ଟାଟା ପାୱାର ଭଳି କମ୍ପାନୀରେ ଗତ ଗୋଟିଏ ବର୍ଷ ଭିତରେ ଅନେକ ଉନ୍ନତି ଦେଖିବାକୁ ମିଳିଛି । ଟାଟାର ୮ଟି କମ୍ପାନୀର ସମ୍ପତ୍ତି ଗତ ଗୋଟିଏ ବର୍ଷ ଭିତରେ ଦୁଇଗୁଣା ହେଇଛି । ଏହାସହ ଟିଆରଏଫ୍, ବନାରସ୍ ହୋଟେଲ, ଟାଟା ମୋଟର୍ସ, ଅଟୋ ମୋବାଇଲ କର୍ପୋରେସନ୍ ଅଫ୍ ଗୋଆ, ଟାଟା କ୍ୟାପିଟାଲ୍ସର ସମ୍ପତ୍ତି ମଧ୍ୟ ବଢିବାକୁ ଲାଗୁଛି । ତେବେ ଅନ୍ୟପଟେ କିନ୍ତୁ ପାକିସ୍ତାନ ଦିନକୁ ଦିନ ଦରିଦ୍ର ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.6 ° C
    31.6 °
    31.6 °
    42 %
    2.3kmh
    92 %
    Sun
    31 °
    Mon
    39 °
    Tue
    36 °
    Wed
    39 °
    Thu
    40 °

    ସମ୍ବନ୍ଧିତ