Wednesday, October 14, 2026
24.1 C
Odisha

    ଦ୍ଵାରଶୁଣୀ ଘାଟିରେ ଟ୍ରକ୍‌ ଦୁର୍ଘଟଣା: ସମବେଦନା ଜଣାଇଲେ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦ୍ବାରଶୁଣୀ ଘାଟିରେ ଯାତ୍ରାପାଟି ‘ଧଉଳି ଗଣନାଟ୍ୟ’ର ଟ୍ରକ୍‌ର ମର୍ମନ୍ତୁତ ଦୁର୍ଘଟଣାର ସାମ୍ନା କରିବା କାରଣରୁ ଅନେକ ଲୋକଙ୍କର ପ୍ରାଣହାନୀ ଘଟିଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତରମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ସୂଚନାଯୋଗ୍ୟ, ୪୯ ନମ୍ବର ଜାତୀୟ ରାଜପଥର ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ଦ୍ଵାରଶୁଣୀ ଘାଟିରେ ଆଜି ସକାଳୁ ଲାଇଟ୍, ସାଉଣ୍ଡ ଆଦି ସରଞ୍ଜାମ ବୋଝାଇ ଧଉଳି ଗଣନାଟ୍ୟର ଟ୍ରକ୍ ଓଲଟି ପଡ଼ିବାରୁ ରିପୋର୍ଟ ଲେଖାଯିବା ବେଳକୁ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୧୦ଜଣ ଗୁରୁତର ହୋଇଥିଲେ। ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ରହି ସମସ୍ତ ଆହତ, ଗୁରୁତର ଓ ମୃତକମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୁରୁତରଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ପଠାଇ ଦିଆଯାଇଛି।

    ଯାତ୍ରା ପାର୍ଟି ଟ୍ରକରେ ୨୦ରୁ ଉର୍ଦ୍ଧ୍ବ ଲୋକ ଥିଲେ। ଡ୍ରାଇଭରଙ୍କ ଭୁଲ୍ ପାଇଁ ଟ୍ରକ ଓଲଟିଲା ବୋଲି କଳାକାର ଅରବିନ୍ଦ ସାହୁ କହିଛନ୍ତି। ଡ଼୍ରାଇଭରଙ୍କ ଏହି ରାସ୍ତା ପାଇଁ ସଂପୂର୍ଣ୍ଣ ନୂଆ ହୋଇଥିବା ବେଳେ ବ୍ରେକ ଫେଲ ହେବାରୁ ଟ୍ରକ୍ ଓଲଟିଲା ବୋଲି ସେ କହିଛନ୍ତି। ଟ୍ରକ୍ ଓଲଟିଲା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି। ଏହି ଘଟଣା ଯୋଗୁଁ ବାଙ୍ଗିରିପୋଷି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କେତେ ଜଣ ମୃତ୍ୟୁବରଣ କଲେ ଘାଟି ରାସ୍ତା ପ୍ରଶସ୍ତୀକରଣ ହେବ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ