Tuesday, March 11, 2025
23.7 C
Odisha

    ବାବା ରାମଦେବଙ୍କୁ ଆଉ ଏକ ଝଟକା । ଯୋଗ ଶିବିର ପାଇଁ ଦେବେ ୪.୫ କୋଟି ଟ୍ୟାକ୍ସ

    ଆଗକୁ ପଢନ୍ତୁ

    ଯୋଗ ଶିବିର ଆୟୋଜନ କରୁଥିଲେ ଆଉ ଟିକସରୁ ବର୍ତ୍ତିପାରିବେନି ଯୋଗ ଗୁରୁ ବାବା ରାମଦେବ । ଏନେଇ ସୁପ୍ରିମକୋର୍ଟରୁ ରାମଦେବଙ୍କୁ ମିଳିଛି ବଡ଼ ଝଟକା । ଅକ୍ଟୋବର ୨୦୦୬ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ କରାଯାଇଥିବା ଯୋଗ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ସୁଧ ସମେତ ୪.୫ କୋଟି ଟଙ୍କା ଟିକସ ଦେବାକୁ ପଡିବ । ଏହି ଶିବିରରେ ପ୍ରବେଶ ଶୁଳ୍କ ନିଆଯାଉଥିବାରୁ ଏହା ହେଲ୍ଥ ଆଣ୍ଡ ଫଟନେସ୍ ସେବା ଅଧିନରେ ଆସୁଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିିକୁ ସମର୍ଥନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରିବା ସହ ଟ୍ରିବ୍ୟୁନାଲ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    25 %
    2.3kmh
    6 %
    Tue
    24 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ