Monday, September 28, 2026
29.4 C
Odisha

    ଚୀନ ଓ ପାକିସ୍ତାନରୁ ଲଢୁଆ ବିମାନ କିଣିବ ବାଂଲାଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶ ନିଜର ବାୟୁସେନାକୁ ଶକ୍ତିଶାଳୀ ଏବଂ ଆଧୁନିକ କରିବାକୁ ଚେଷ୍ଟା କରୁଛି । ଏଥିପାଇଁ ଚୀନରୁ ଲଢୁଆ ବିମାନ ଖରିଦ ପାଇଁ ବଂଲାଦେଶ ସରକାର ବିଚାର କରୁଛନ୍ତି। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । ବାଂଲାଦେଶ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ହାସନ ମହମ୍ମଦ ଖାଁ କହିଛନ୍ତି ଯେ ଆମେ ଲଢୁଆ ବିମାନ ଏବଂ ଆଟାକ୍ ହେଲିକପ୍ଟର କିଣିବା ପାଇଁ ସମସ୍ତ ସମ୍ଭବ ପ୍ରୟାସ କରୁଛୁ। ରିପୋର୍ଟ ଅନୁଯାୟୀ, ବାଂଲାଦେଶ ଚୀନର ଚେଙ୍ଗଡୁ ଜେ-୧୦ସି ମଲ୍ଟିରୋଲ ଲଢୁଆ ବିମାନ କିଣିପାରେ । ପ୍ରଥମ ପର୍ଯ୍ୟାୟରେ ୧୬ଟି ଜେ-୧୦ସି ଲଢୁଆ ବିମାନ କିଣିବାକୁ ଯୋଜନା କରିଛି ଢାକା । ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ଜୋର ଧରିଥିବା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ସେପଟେ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ପ୍ରତି ଭେଦଭାବ ଓ ହିଂସା ଘଟଣା ଜାରି ରହିଛି। ଶେଖ୍ ହସିନା ଦେଶ ଛାଡିବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଦେଶରେ ସ୍ଥିତିରେ ସୁଧାର ଆଣିବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ହୋଇନଥିଲା। ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଅନେକ ମନ୍ଦିରକୁ ମଧ୍ୟ ଟାର୍ଗେଟ କରାଯାଇଛି, ଯାହା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ