Sunday, October 18, 2026
21.7 C
Odisha

    ୱାଟର ପାର୍କରେ ସାଙ୍ଗଙ୍କ ସହିତ ଖେଳୁଥିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ଉଡ଼ିଗଲା ପ୍ରାଣବାୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠସ୍ଥିତ ୱାଟର ପାର୍କରେ ସ୍ଲାଇଡିଙ୍ଗ ସମୟରେ ଜ‌ଣେ ଯୁବକ ଅଚେତ ହୋଇପଡ଼ିଥିଲେ। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ। ମୃତକ ଜଣକ ଦିଲ୍ଲୀସ୍ଥିତ ଏକ ଘରୋଇ ବ୍ୟାଙ୍କର ମ୍ୟାନଜର ଥିବା ବେଳେ ନାମ ତାଙ୍କର ମୋହିତ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମେରଠର ପରତାପୁର ଥାନା ଅଞ୍ଚଳରେ ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥସ୍ଥିତ ‌ଫେଣ୍ଟେସି ୱାଲର୍ଡ ୱାର୍ଟର ପ‌ାର୍କରେ ଏହି ଦୁଃଖଦ ଘଟଣା ଘଟିଯାଇଛି। ଏଠାରେ ଗତ ରବିବାର ଦ୍ବିପହର ସମୟରେ ମୋଦିନଗର ବାସିନ୍ଦା ମୋହିତ ସାଙ୍ଗମାନଙ୍କ ସହିତ ୱାର୍ଟର ପାର୍କକୁ ବୁଲିବାକୁ ଯାଇଥିଲେ।

    ତିନିଜଣ ସାଙ୍ଗଙ୍କ ସହିତ ମୋହିତ ୱାର୍ଟର ପାର୍କରେ ସ୍ଲାଇଡିଙ୍ଗ କରୁଥିଲେ। ଏହି ସମୟରେ ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ମୋହିତଙ୍କ ସାଙ୍ଗମାନେ ପାର୍କ ପରିଚାଳକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଆମ୍ବୁଲାନ୍ସର କୌଣସି ସୁବିଧା ହୋଇ ନପାରିବାରୁ ତିନିଜଣ ସାଙ୍ଗ ସଙ୍ଗେସଙ୍ଗେ ପାର୍କ ବାହାରେ ଏକ ଗାଡ଼ିର ବ୍ୟବସ୍ଥା କରି ମୋହିତଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ।

    ପୁଲିସ ମୋହିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପ୍ରାଥମିକ ତଦନ୍ତରୁ ମୋହିତଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ପଷ୍ଟ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ଜଣାପଡ଼ିଛି।

    ଏହି ଘଟଣାକୁ ନେଇ ମୋହିତଙ୍କ ସାଙ୍ଗ ଓ ପରିବାରଲୋକ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏତେ ବଡ଼ ୱାର୍ଟର ପାର୍କ ଥିବା ବେଳେ ସେଠାରେ କୌଣସି ଡାକ୍ତର କିମ୍ବା ପ୍ରାଥମିକ ଚିକିତ୍ସା ସୁବିଧା ନାହିଁ। ଏମିତି କି କିଛି ଅଘଟଣ ଘଟିଲେ ଆମ୍ବୁଲାନ୍ସ ସୁବିଧା ବି ନାହିଁ। ହୁଏତ ଏସବୁ ସୁବିଧା ଥିଲେ ମୋହିତଙ୍କ ଜୀବନ ଆଜି ବଞ୍ଚି ଯାଇଥାଆନ୍ତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ